17 October 2017
10:17:52 PM
Sambad News
ସୁନ୍ଦରଗଡ଼

ନିଆଁରେ ପୋଡ଼ି ଶିଶୁ ଗୁରୁତର

By Sambad | Date: Jan 5 2017 11:07AM
ନିଆଁରେ ପୋଡ଼ି ଶିଶୁ ଗୁରୁତର

ରାଉରକେଲା,: ସେକ୍ଟର-୧୫ ଅଞ୍ଚଳରେ ଜଣେ ଶିଶୁ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ, ସେକ୍ଟର-୧୫ ତୁମକେଲା ବସ୍ତିରେ  ବୈଶାଖୀ ବିଂଝିଆ ସପରିବାର ରହୁଥିବାବେଳେ ଆଜି ସକାଳେ ସେ ସକାଳୁ କାଠ ଆଣିବାକୁ ଯାଇଥିଲେ। ତାଙ୍କର ୧୦ ବର୍ଷର ଝିଅ ସସ୍ମିତା ବିଂଝିଆ କାଠ ଚୁଲିରେ ରୁଟି ସେକୁଥିବାବେଳେ ସେ ପିନ୍ଧିଥିବା  ଫ୍ରକ୍‌ରେ ନିଆଁରେ ଲାଗି ଯାଇଥିଲା। ଫଳରେ ତାଙ୍କ ଦେହର ବିଭିନ୍ନ ଅଂଶ ଜଳିଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।
 

image