18 November 2017
12:54:35 AM
Sambad News
ସୁବର୍ଣ୍ଣପୁର

ଭିଜିଲାନ୍‌ସ ଯାଞ୍ଚର ସାଢ଼େ ତିନି ମାସ ବିତିଲା

ବିନା ଲାଇସେନ୍‌ସରେ ଚାଲିଛି ଔଷଧ ଦୋକାନ

By Sambad | Date: Dec 17 2016 10:31AM
ଭିଜିଲାନ୍‌ସ ଯାଞ୍ଚର ସାଢ଼େ ତିନି ମାସ ବିତିଲା


ସୋନପୁର: ଅଗଷ୍ଟ ୨୭ ତାରିଖରେ ସୋନପୁର ସହରରେ ସୋନପୁର ଭିଜିଲାନ୍ସ ବିଭାଗ ଏବଂ ଡ୍ରଗ ଇନ୍‌ସପେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନଔଷଧ ଦୋକାନରେ ଯୁଗ୍ମ ଯାଂଚ କରଯାଇଥିଲା। ଯାଞ୍ଚ ବେଳେ ବିନା ଲାଇସନ୍‌ସରେ କେତେକ ଔଷଧ ବିନା ଲାଇସନ୍‌ସରେ ଚାଲିଥିବା ଜଣାପଡ଼ିଥିଲା। ଏହାର ସାଢ଼େ ୩ ମାସ ପରେ ବି ବିନା ଲାଇସେନ୍‌ସରେ ଔଷଧ ଦୋକାନ ଚାଲିଥିବା ଜଣାଯାଇଛି। ଫଳରେ ଏହି ଯାଞ୍ଚ ପ୍ରହସନ ବୋଲି ଚର୍ଚ୍ଚା ହେଉଛି।
 

ଅଗଷ୍ଟ ୨୭ ତାରିଖରେ ସୋନପୁର ସହରରେ ଭିଜିଲନ୍ସ ବିଭାଗ ଏବଂ ଡ୍ରଗ ଇନ୍‌ସପେକ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଔଷଧ ଦୋକାନରେ ଯୁଗ୍ମ ଭାବେ ସହରର ୩ଟି ଔଷଧ ଦୋକାନରେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ନବୀକରଣ ନଥିବା ଜଣାପଡ଼ିଥିଲା। ଅଧିକାରୀଙ୍କ ତାଗିଦ୍‌ ପରେ କିଛି ଔଷଧ ଦୋକାନୀ ନବୀକରଣ ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି। ମାତ୍ର ନବୀକରଣ ତ୍ୱରାନ୍ଵିତ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହେଉଛି।

ଏନେଇ ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଏନେଇ ଡ୍ରଗ୍ସ ଇନିସପେକ୍ଟର ବାବୁଲାଲା ଟୁଡୁଙ୍କୁ ଯୋଗାଯୋଗ କରାଯିବାରେ ଔଷଧ ଦୋକାନ ନବୀକରଣ ପାଇଁ କିଛି ଔଷଧ ଦୋକାନୀମାନଙ୍କର କାଗଜପତ୍ର ସମ୍ବଲପୁର ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲରଙ୍କ ପାଖକୁ ପଠାଯାଇଛି। ସେଠାରେ ନିୟମିତି ଡେପୁଟି କଣ୍ଟ୍ରୋଲର ନଥିବା ତଥା କର୍ମଚାରୀ ଅଭାବ ଯୋଗୁଁ ଲାଇସେନ୍ସ ନବୀକରଣରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ।

 

image