20 October 2017
8:46:09 AM
Sambad News
ରାଜ୍ୟ

ଜୀବନ ହାରିଲେ ଯୁବଚାଷୀ

By Sambad | Date: Jan 6 2017 6:28AM
ଜୀବନ ହାରିଲେ ଯୁବଚାଷୀ
Photo by : newindianexpress.com

ସୋନପୁର/ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୁର୍ଷୁଣ୍ଡି ପଞ୍ଚାୟତର ମାଣିକପୁର ଗାଁର ଚାଷୀ ଚକ୍ରଧର ରାଜହଂସ(୩୫) ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଚକ୍ରଧର ୪ ଏକର ଜମିରେ ଧାନ ଏବଂ ୧ ଏକର ଜମିରେ ପନିପରିବା ଚାଷ କରିଥିଲେ।  ଏଥିପାଇଁ ସେ ମୁର୍ଷୁଣ୍ଡି ପ୍ରାଥମିକ ସେବା ସମବାୟ ସମିତିରୁ ୫୫ ହଜାର ଟଙ୍କା, ମହାଶକ୍ତି ଫାଇନାନ୍ସରୁ ଗ୍ରୁପ ଋଣ ୨୦ ହଜାର ଟଙ୍କା ଏବଂ ମୁର୍ଷୁଣ୍ଡି ଷ୍ଟେଟ ବ୍ୟାଙ୍କରୁ ମଧ୍ୟ କିଛି ଋଣ କରିଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ ରୋଗପୋକ ଲାଗି ବାଇଗଣ ଚାଷ ନଷ୍ଟ ହେବା ସହିତ ଧାନ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫସଲ ନଷ୍ଟ ଏବଂ ଋଣଭାର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ନିଜ ବାଇଗଣ ବାଡ଼ିିରେ କୀଟନାଶକ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ପ୍ରଥମେ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

image