17 October 2017
10:13:20 PM
Sambad News
ରାଜ୍ୟ

ପୁରୀରେ ଟ୍ରଲିରେ ଶବ ବୁହା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିସନ

By Sambad | Date: Jan 11 2017 3:39PM
ପୁରୀରେ ଟ୍ରଲିରେ ଶବ ବୁହା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିସନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ଗତ ମଙ୍ଗଳବାର ସଂଧ୍ୟାରେ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଟ୍ରଲିରେ ବୋହି ସ୍ୱର୍ଗଦ୍ୱାରା ନେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବୁଧବାର ରାଜ୍ୟ ମାନବାଧିକାର କମିସନ୍‌ ନିଜ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ପୁରୀ ଜିଲ୍ଲାପାଳ ଓ ରେଳବାଇ ଆଇଜିଙ୍କୁ ୪ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରି ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 
 
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଜଣେ ପର୍ଯ୍ୟଟକ ଦୁର୍ବି ବନ୍ଦେବେଡ଼ା(୫୫) ପୁରୀ ବୁଲିବାକୁ ଆସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ଶବକୁ ଟ୍ରଲିରେ ଅନ୍ତିମ ସଂସ୍କାର ପାଇଁ ନିଆ ଯାଇଥିଲା। 

image