19 October 2017
2:40:23 PM
Sambad News
ରାଜ୍ୟ

ଲ’ କମିସନଙ୍କ ସୁପାରିଶକୁ ବିରୋଧ କରି ଆଇନଜୀବୀଙ୍କ ଆନ୍ଦୋଳନ

By Sambad | Date: Apr 21 2017 11:59AM
ଲ’ କମିସନଙ୍କ ସୁପାରିଶକୁ ବିରୋଧ କରି ଆଇନଜୀବୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲ ’କମିସନଙ୍କ ସୁପାରିଶକୁ ବିରୋଧ କରି ଆଜି  ସମଗ୍ର ରାଜ୍ୟର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ହାଇକୋର୍ଟ ବାର ଆସୋସିଏସନ୍‌ର ସଭାପତି ଅଶୋକ ପରିଜାଙ୍କ ନେତୃତ୍ୱରେ  ସମ୍ପାଦକ  ଉମେଶ ବେହେରା, ଉପସଭାପତି କାଳୀପ୍ରସନ୍ନ  ମିଶ୍ର ଓ ଅନ୍ୟ ଆଇନଜୀବୀଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳି ଆଜି କଟକ ଜିଲ୍ଲାପାଲଙ୍କୁ ଭେଟି ଏକ ସ୍ମାରକପତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟର ପ୍ରଦାନ କରିଛନ୍ତି। ଏହି ଅବସରରେ ଲ’ କମିସନଙ୍କ ସୁପାରିଶକୁ ମଧ୍ୟ  ଆଇନଜୀବୀମାନେ ପୋଡ଼ି ସେମାନଙ୍କ ପ୍ରତିବାଦ କରିଛନ୍ତି।
 ସେହିପରି କନ୍ଧମାଳ, ଭଦ୍ରକ ଓ ବାଲେଶ୍ୱରର ଆଇନଜୀବୀମାନେ ମଧ୍ୟ   ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ  ସ୍ମାରକପତ୍ର ପ୍ରଦାନ କରିବା ସହିତ ଲ କମିସନଙ୍କ ସୁପାରିକୁ ପୋଡ଼ି ପ୍ରତିବାଦ ଜଣାଇଛନ୍ତି।
 

image