19 October 2017
2:37:54 PM
Sambad News
ରାଜ୍ୟ

ଓଡ଼ିଶା ବଜାରରେ ନକଲି ଅଣ୍ଡା! ଜାଣନ୍ତୁ, କେମିତିକା ଅଣ୍ଡା ନକଲି ?

By Sambad | Date: Apr 20 2017 5:44PM
ଓଡ଼ିଶା ବଜାରରେ ନକଲି ଅଣ୍ଡା! ଜାଣନ୍ତୁ, କେମିତିକା ଅଣ୍ଡା ନକଲି ?

 ଭୁବନେଶ୍ୱର: ଆଗରୁ ଦେଶର ବଡ଼ ବଡ଼ ସହରରେ ନକଲି ପ୍ଲାଷ୍ଟିକ୍‌ ଅଣ୍ଡା ବଜାରକୁ ଆସିବା ଶୁଣାଯାଇଥିଲା। ଏବେ ଏହା ଓଡ଼ିଆ ବଜାରରେ ପହଞ୍ଚିଲାଣି। କନକ ନ୍ୟୁଜ୍‌ର ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ରାଜଧାନୀ  ଭୁବନେଶ୍ୱରର କେତେକ ପରିବାର ଅଣ୍ଡା କିଣି ଖାଇବା ସମୟରେ ଅଣ୍ଡା ନକଲି ବୋଲି ଜାଣିବାକୁ ପାଇଛନ୍ତି । ଏହି ଅଣ୍ଡା ବିଷାକ୍ତ ବୋଲି ଜଣାପଡ଼ିଛି। ଏହି ଅଣ୍ଡା  ଖାଇବା ପରେ ସେମାନଙ୍କ  ମୁହଁ ପୋଡ଼ାଜଳା ହେବା ସହ ଆଲର୍ଜି ହୋଇ ଆଖି କୁଣ୍ଡାଇ ହୋଇଥିଲା।  
 
କେମିତି ଜାଣିବେ ଅଣ୍ଡା ନକଲି ?
 
୧-ନକଲି ଅଣ୍ଡାଟି ସିଝିଲା ପରେ ସେଥିରୁ ରବରର ବାସ୍ନା ବାହାରିବ ।
୨- ସିଝିଲା ପରେ ନକଲି ଅଣ୍ଡା  ଟାଣ ରହିବ, ଅସଲି ଅଣ୍ଡା ଭଳି ନରମ ହେବନାହିଁ।
୩- ନକଲି ଅଣ୍ଡାଟି ସିଝିବା ପରେ ଏହା ଭିତରେ ଥିବା କେଶରଟି ଗୋଟିଏ ପାର୍ଶ୍ୱରେ ଜମାଟ ବାନ୍ଧିବ।
୪- ନିଆଁରେ ପୋଡ଼ିଲେ ନକଲି ଅଣ୍ଡା ପୋଡ଼ିଯାଇ କଳା ପଡ଼ିଯିବ।
୫- ନକଲି ଅଣ୍ଡାଟି  ଅଳ୍ପ  ଉତ୍ତାପରେ ସିଝିଯାଉଛି । ମାତ୍ର ୨ରୁ ୩ ମିନିଟ୍‌ରେ ସିଝି ଯିବ ଏହି ଅଣ୍ଡା।
୬-ହାତରେ ନକଲି ଅଣ୍ଡାଟି ଧରିଲେ ରବର ଭଳି ଲାଗିବ।
 ୭-ସିଝିଲାବେଳେ ନକଲି ଅଣ୍ଡାର ଗୋଟିଏ ପାଖ ଉପରକୁ ରହିବ।

image