19 November 2017
4:49:05 AM
Sambad News
ରାଜ୍ୟ

ବଢ଼ିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା-ଭତ୍ତା: ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର ଟଙ୍କା

By Sambad | Date: Sep 13 2017 7:14PM
ବଢ଼ିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା-ଭତ୍ତା: ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର  ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ବିଧାୟକମାନେ ଦରମା ଓ ଭତ୍ତା ବାବଦକୁ ଲକ୍ଷେ ଟଙ୍କା ଲେଖାଏଁ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଦରମା ଓ ଭତ୍ତା ୯୮ ହଜାର ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଏଣିକି ରାଜ୍ୟର ମନ୍ତ୍ରୀମାନଙ୍କୁ ୯୭ ହଜାର ଟଙ୍କା ମିଳିବାକୁ ଥିବା ବେଳେ ରାଷ୍ଟ୍ରମନ୍ତ୍ରୀମାନେ ୯୫ହଜାର ଟଙ୍କା ଦରମା ପାଇବେ। ବାଚସ୍ପତି ୯୭,୫୦୦ଟଙ୍କା ଦରମା ନେବେ। ଉପବାଚସ୍ପତିଙ୍କ ଦରମା ୯୫ ହଜାର ଟଙ୍କା ହେବ। ସେହିଭଳି ସରକାରୀ ମୁଖ୍ୟ ସଚେତକ ୯୫ହଜାର ଟଙ୍କା, ସରକାରୀ ଉପମୁଖ୍ୟ ୯୩ ହଜାର ଟଙ୍କା ଓ ବିରୋଧୀ ଦଳ ନେତା  ୯୭ ହଜାର ଟଙ୍କା ଦରମା ମିଳିବ।
 
 

image