19 November 2017
4:45:45 AM
Sambad News
ରାଜ୍ୟ

ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା:ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

By Sambad | Date: Aug 19 2017 8:34PM
ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣା:ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ୱର: ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ସେ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଓଡ଼ିଆ ଯାତ୍ରୀଙ୍କ ଉଦ୍ଧାର ଓ ତତ୍‌ପରବର୍ତ୍ତୀ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ କି ସଂଧ୍ୟା ୫.୪୫ ମିନିଟ୍‌ରେ ପୁରୀରୁ ହରିଦ୍ୱାରା ଯାଉଥିବା ଉତ୍କଳ ଏକ୍ସପ୍ରେସ ନୂଆଦିଲ୍ଲୀଠାରୁ ୧୦୦ କିଲୋମିଟର ଦୂର ଉତ୍ତରପ୍ରଦେଶର ଖତୌଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ମଧ୍ୟରେ ଥିବା ଓଡ଼ିଶାର ଯାତ୍ରୀମାନଙ୍କର ଉଦ୍ଧାର ସହିତ ସବୁ ପ୍ରକାର ସୁବିଧା ଯୋଗାବା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
 

image