23 October 2017
12:34:40 AM
Sambad News
ରାଜ୍ୟ

ମହୁମାଛି ଆକ୍ରମଣରେ ୪ ସ୍କୁଲ ଛାତ୍ର ଗୁରୁତର

By Sambad | Date: Jan 12 2017 5:09AM
ମହୁମାଛି ଆକ୍ରମଣରେ ୪ ସ୍କୁଲ ଛାତ୍ର ଗୁରୁତର
Photo by : inquisitr.com

ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ଚାନ୍ଦିପୁର ଥାନା ଅଧୀନ ପାତ୍ରପଡ଼ା ଛକ ନିକଟରେ ମହୁମାଛି ଆକ୍ରମଣରେ ମହର୍ଷି ବିଦ୍ୟା ମନ୍ଦିରର ୪ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଛାତ୍ରମାନେ ହେଲେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବିକାଶ ସାହା, ଅଙ୍କିତ ପରିଡ଼ା, ଚିନ୍ମୟ କୁମାର ଦାନ ଓ ସପ୍ତମ ଶ୍ରେଣୀର ଛାତ୍ର କିଶନ୍‌ ଦାସ। ଆକ୍ରମଣ ପରେ ସ୍କୁଲ କର୍ତ୍ତୃପକ୍ଷ ଆହତ ଛାତ୍ରମାନଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରିଛନ୍ତି। ଆଜି ସକାଳେ ଏହି ଛାତ୍ରମାନେ ସ୍କୁଲ ନିକଟରେ ଠିଆ ହୋଇଥିବା ବେଳେ ନିକଟରେ ଥିବା ଏକ ଗଛରୁ ମହୁମାଛି ସେମାନଙ୍କ ଆଡ଼କୁ ମାଡ଼ିଆସି ଆକ୍ରମଣ କରିଥିବା ଜଣାପଡ଼ିଛି।

image