19 October 2017
2:44:11 PM
Sambad News
ରାଜ୍ୟ

ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପ୍ରସ୍ତୁତି ବୈଠକ: ନିର୍ବାଚନ ଖର୍ଚ୍ଚ ଉପରେ କଡ଼ା ନଜର ରଖ

By Sambad | Date: Jan 12 2017 1:26AM
ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପ୍ରସ୍ତୁତି ବୈଠକ: ନିର୍ବାଚନ ଖର୍ଚ୍ଚ ଉପରେ କଡ଼ା ନଜର ରଖ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୩୫ ଜଣ ଓଏଫ୍‌ଏସ୍‌ ଅଧିକାରୀଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ଏହି ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ କମିସନର୍‌ ରବି ନାରାୟଣ ସେନାପତି ଏଥିରେ ଅଧ୍ୟକ୍ଷତା କରି ପ୍ରାର୍ଥୀଙ୍କ ଖର୍ଚ୍ଚ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନିର୍ବାଚନ ଖର୍ଚ୍ଚ ଉପରେ କଡ଼ା ନଜର ରଖିବାକୁ କମିସନର୍‌ ନିର୍ଦ୍ଦେଶ ଦେଇଥିଲେ। 

 
ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଖର୍ଚ୍ଚର ହିସାବ, ଯାନବାହନ ଉପରେ ଥିବା କଟକଣାକୁ ଦୃଷ୍ଟିରେ ରଖି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦତ୍ତ କାଗଜପତ୍ରକୁ ଠିକ୍‌ ଭାବେ ତନଖି କରିବାକୁ କମିସନର୍‌ କହିଥିଲେ। ପ୍ରଚାରରେ ପ୍ରାର୍ଥୀଙ୍କ ପ୍ରତିଦିନର ଖର୍ଚ୍ଚକୁ ତଦାରଖ କରିବା ସହିତ ଖର୍ଚ୍ଚ ବିବରଣୀ ଖାତାକୁ ପର୍ଯ୍ୟବେକ୍ଷକଙ୍କ ନିକଟରେ ତନଖି ପାଇଁ ଦାଖଲ କରିବାକୁ ପ୍ରାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷକ ସୂଚନା ଦେବେ। 

image