24 November 2017
5:13:06 AM
Sambad News
ରାଜ୍ୟ

କଳା ବ୍ୟାଜ୍‌ ପିନ୍ଧିବେ ଡାକ୍ତର

By Sambad | Date: Jan 12 2017 12:18AM
କଳା ବ୍ୟାଜ୍‌ ପିନ୍ଧିବେ ଡାକ୍ତର

ଭୁବନେଶ୍ୱର : ପାଲଲହଡ଼ାରେ ଏକ ଶବବୁହା ଘଟଣାରେ ସେଠାକାର ସିନିୟର୍‌ ଏଡିଏମ୍‌ଓଙ୍କୁ ନିଲମ୍ବନ କରାଯିବା ଘଟଣାରେ ତୀବ୍ର ବିରୋଧ କରିଛି ଓଡ଼ିଶା ଡାକ୍ତରୀ ସେବା ସଂଘ। ଆଜି ସଂଘ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଡାକ୍ତର ହାତରେ କଳା ବ୍ୟାଜ୍‌ ବାନ୍ଧି କାର୍ଯ୍ୟରେ ଯୋଗଦେବା ସହିତ ଏହାର ବିରୋଧ କରିବେ। ମହାପ୍ରୟାଣ ଯୋଜନାରେ ଡାକ୍ତରଙ୍କ କୌଣସି ଭୂମିକା ନଥିବା ବେଳେ ଡାକ୍ତରମାନଙ୍କୁ ଏଥିରେ ଦାୟୀ କରିବା ନିନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଓ ଏପରି ଘଟଣାରେ କୌଣସି ମେଡିକାଲ୍‌ରେ ଡାକ୍ତରଙ୍କୁ ଦାୟୀ ନକରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସମସ୍ୟାର ସମାଧାନ ନହେଲେ ଏହି ପ୍ରତୀକାତ୍ମକ ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

image