21 November 2017
12:34:45 AM
Sambad News
ଖେଳ

ଆନନ୍ଦ ଭାରତୀୟ ଦଳର ନୂଆ ମନସ୍ତାତ୍ୱିକ ପ୍ରଶିକ୍ଷକ

By Sambad | Date: Jan 12 2017 12:57AM
ଆନନ୍ଦ ଭାରତୀୟ ଦଳର ନୂଆ ମନସ୍ତାତ୍ୱିକ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଆନନ୍ଦ ଦାତେ ଭାରତୀୟ କ୍ରିକେଟ୍‌ ଦଳର ନୂଆ ମନସ୍ତାତ୍ୱିକ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବେ। ବ୍ୟକ୍ତିଗତ କାରଣ ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଏହି ଦାୟିତ୍ୱରୁ ସମାୟିକ ବିରତି ଚାହିଁଥିବା ଶଙ୍କର ବସୁଙ୍କ ସ୍ଥାନରେ ଆନନ୍ଦ ନୂଆ ଦାୟିତ୍ୱ ଗ୍ରହଣ କରିବେ। ଫଳରେ ଇଂଲଣ୍ଡ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ସାଙ୍ଗକୁ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଆନନ୍ଦ ଦଳର ମନସ୍ତାତ୍ୱିକ ପ୍ରଶିକ୍ଷକ ରହିବେ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏକ ବିବୃତିରେ କହିଛି।

image