20 October 2017
10:22:32 AM
Sambad News
ଖେଳ

ଭାରତ-ଶ୍ରୀଲଙ୍କା ୩ୟ ଟେଷ୍ଟ: ଭାରତ ୩୨୯/୬

By Sambad | Date: Aug 12 2017 5:57PM
ଭାରତ-ଶ୍ରୀଲଙ୍କା ୩ୟ ଟେଷ୍ଟ: ଭାରତ ୩୨୯/୬

ପଲେକେଲ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ୩ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ତଥା ଶେଷ ମ୍ୟାଚର ପ୍ରଥମ ଦିନରେ ଭାରତ ୬ଟି ଓ୍ଵିକେଟ ହରାଇ ୩୨୯ରନ ସଂଗ୍ରହ କରିଛି। ଋଦ୍ଧିମାନ ଶାହା (୧୩) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧)ରନ୍‌ ସଂଗ୍ରହ କରିଥିଲେ। ପଲେକେଲ ଷ୍ଟାଡିୟମରେ ଶିଖର ଧାଓ୍ଵନ ଓ ଲୋକେଶ ରାହୁଲ ଭଲ ପ୍ରଦର୍ଶନ କରିଥିଲେ। ଟିମ୍‌ ଇଣ୍ଡିଆ ପ୍ରଥମ ଓ୍ଵିକେଟରେ ୧୮୮ରନ୍‌ ସଂଗ୍ରହ କରିଥିଲା। ଶିଖର ଧାଓ୍ଵନ ୧୧୯ରନ ସଂଗ୍ରହ କରିବା ସହିତ ଟେଷ୍ଟ କ୍ୟାରିୟରେ ୬ଷ୍ଠ ଶତକ ହାସଲ କରିଥିଲେ। ସେହିପରି ଲୋକେଶ ରାହୁଲ କ୍ୟାରିୟରର ୭ମ ଅର୍ଦ୍ଧଶତକ ହାସଲ କରିଥିଲେ।  
ଅଧିନାୟକ ବିରାଟ କୋହଲି (୪୨), ଚେତେଶ୍ୱର ପୂଜାରା ୮ରନ୍‌, ଆଜିଙ୍କ୍ୟ ରାହାଣେ ()୧୭ ଓ ରବିଚନ୍ଦ୍ରନ ଅଶ୍ୱିନ ୩୧ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ଭାରତର ପ୍ରଥମ ଓ୍ଵିକେଟ ୧୮୮ରନ୍‌ରେ, ୨ୟ ଓ୍ଵିକେଟ ୨୧୯ ରନ୍‌ରେ, ୩ୟ ଓ୍ଵିକେଟ ୨୨୯ରନ୍‌ରେ, ୪ର୍ଥ ଓ୍ଵିକେଟ ୨୬୪ ରନ୍‌ରେ, ୫ମ ଓ୍ଵିକେଟ ୨୯୬ ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୩୨୨ରନ୍‌ରେ ପଡ଼ିଥିଲା। 

image