19 November 2017
4:30:01 AM
Sambad News
ଖେଳ

ସର୍ବଭାରତୀୟ ବୋର୍ଡ ସେଲିଂ: ଶେଖରଙ୍କୁ ସ୍ୱର୍ଣ୍ଣ

By Sambad | Date: May 19 2017 1:20AM
ସର୍ବଭାରତୀୟ ବୋର୍ଡ ସେଲିଂ: ଶେଖରଙ୍କୁ ସ୍ୱର୍ଣ୍ଣ

କଟକ: ଗୋଆର ହାଓ୍ଵାଇ ସମୁଦ୍ରକୂଳରେ ଆରମ୍ଭ ହୋଇଛି ସର୍ବଭାରତୀୟ ବୋର୍ଡ ସେଲିଂ ପ୍ରତିଯୋଗିତା। ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାର ଶେଖର ରାଓ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୫ କିଲୋମିଟର ଦୂରତାର ଏହି ପ୍ରତିଯୋଗିତାରେ ଶେଖରଙ୍କ ପଛକୁ ଗେଆର ଏସ୍‌ଏସ୍‌ କମଲ ଓ ନବୀନ ସିଂହ ରାଓ୍ଵତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ନିକଟରେ ଶେଷ ହୋଇଥିବା ନାଭି ଓପନ ସେଲିଂ ପ୍ରତିଯୋଗିତାରେ ଶେଖର ୧୨ଟି ରେସ୍‌ରୁ ୯ ସ୍ୱର୍ଣ୍ଣ ପଦକ ପାଇଥିଲେ। ଶେଖରଙ୍କ ଏହି ସଫଳତା ପାଇଁ ଓଡ଼ିଶା ୟାଚିଂ ସଂଘର ସଭାପତି ସବୀର ବକ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
 

image