19 October 2017
2:38:28 PM
Sambad News
ବିଶେଷ

ସୁଲତାନର ବୟସ ୭ ବର୍ଷ ୧୦ ମାସ, ସେ ପିଉଛି ବିଦେଶୀ ମଦ !

By Sambad | Date: Apr 21 2017 4:17PM
ସୁଲତାନର ବୟସ ୭ ବର୍ଷ ୧୦ ମାସ, ସେ ପିଉଛି  ବିଦେଶୀ ମଦ !

ଚଣ୍ଡିଗଡ଼: ସୁଲତାନ ସପ୍ତାହକୁ ଛଅ ଦିନ ଖାଇବା ପୂର୍ବରୁ ମଦ ପିଏ। ଏହା ପୁଣି ଭିନ୍ନ ଭିନ୍ନ ବ୍ରାଣ୍ଡର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଲତାନ ମଙ୍ଗଳବାର ମଦ ପିଏ ନାହିଁ। ହରିୟାଣାର କୈଥଲ ଜିଲ୍ଲା ମୁର୍ରା ନସଲ ଅଞ୍ଚଳର ମଇଁଷି ‘ସୁଲତାନ୍‌’ର ପ୍ରିୟ ଜିନିଷ ହେଉଛି ମଦ। ସୁଲତାନ୍‌ ସପ୍ତ୍‍ାହରେ ଛଅ ଦିନ ସନ୍ଧ୍ୟାରେ ମଦ ପିଇଥାଏ। ସୁଲତାନର ବୟସ ୭ ବର୍ଷ ୧୦ ମାସ। ଆଜକୁ ପ୍ରାୟ ୫ବର୍ଷ ତଳେ ନରେଶ ରୋହତକରୁ ୨ଲକ୍ଷ ୪୦ହଜାର ଟଙ୍କା ଦେଇ ସୁଲତାନକୁ କିଣିଥିଲେ। ସୁଲତାନ ସକାଳ ବେଳା ଦେଶୀ ଘିଅ ଓ କ୍ଷୀର ପିଇଥାଏ। ଏକଦା ଜଣେ ବିଦେଶୀ ସୁଲତାନକୁ ୨୧ କୋଟି ଟଙ୍କାରେ କିଣିବାକୁ ମନ ବଳାଇଥିଲେ।
 
ବୁଢ଼ାଖେଡା ନିବାସୀ ସୁଲତାନର ମାଲିକ ନରେଶ କହନ୍ତି, ଶରୀରରେ ଶୁକ୍ର ବଢ଼ାଇବା ପାଇଁ ସୁଲତାନକୁ ମଦ ପିଇବାକୁ ଦିଆଯାଇଥାଏ। ଏହା ଔଷଧ ଭଳି କାମ କରେ।ବର୍ଷକୁସୁଲତାନର ଶୁକ୍ର ବିକ୍ରି କରି ୯୦ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ନରେଶଙ୍କର। 
 
୨୦୧୩ରେ ଝଜ୍ଜର, ମରନାଲ ଓ ହିସାରରେ ଆୟୋଜିତପଶୁ ମେଳାରେ  ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ସୁଲତାନ ଜାତୀୟ ବିଜେତା ଥିଲା। ରାଜସ୍ଥାନର ପୁଷ୍କର ମେଳାରେ ଜଣେ ପଶୁ ପ୍ରେମୀ ସୁଲତାନକୁ ୨୧ କୋଟି ଟଙ୍କାରେ କିଣିବାକୁ ମନ ବଳାଇଥିଲେ। କିନ୍ତୁ ସୁଲତାନକୁ ମୁଁ ପୁଅ ଭଳି ଦେଖୁଥିବାରୁ ବିକ୍ରି କରି ନଥିଲି ବୋଲି ନରେଶ କହନ୍ତି। 
 

image