17 October 2017
10:24:21 PM
Sambad News
ବିଶେଷ

ବ୍ୟବହାରକାରୀ ପରିଚୟ ଗୋପନ ରଖୁଥିବା ‘ସାରାଃ ଆପ୍‌’

By Sambad | Date: Aug 12 2017 1:04PM
ବ୍ୟବହାରକାରୀ ପରିଚୟ ଗୋପନ ରଖୁଥିବା ‘ସାରାଃ ଆପ୍‌’
Photo Courtesy of TOI

ନୂଆଦିଲ୍ଲୀ: ପ୍ରେରକକୁ ଅଜ୍ଞାତ ରଖି କାହା ନିକଟକୁ ବାର୍ତ୍ତା ପଠାଇବାରେ ସହାୟକ ହେଉଥିବା ଆପ୍‌ ସବୁକୁ ଅନେକ ସୁଖ ପାଆନ୍ତି।  ଏ ଭଳି ସୁବିଧା ଥିବାରୁ ‘ସିକ୍ରେଟ୍‌’ ଆପ୍‌ ଅଳ୍ପ ସମୟରେ ଜନପ୍ରିୟ ହୋଇ ପାରିଥିଲା। 
 
ଏବେ ଜନପ୍ରିୟ ହେବାରେ ଲାଗିଛି ଏ ବର୍ଷ ଆଦ୍ୟରେ ପ୍ରଚଳିତ ହୋଇଥିବା ସେ ଭଳି ଅନ୍ୟ ଏକ ଆପ୍‌-‘ସାରାଃ ଆପ୍‌’। ‘ସାରାଃ ଆପ୍‌’ରେ ବ୍ୟବହାରକାରୀମାନେ ନିଜ ପରିଚୟ ଗୋପନ ରଖି ଯେ କୌଣସି ବ୍ୟକ୍ତି ବିଶେଷଙ୍କ ନିକଟକୁ ଟେକ୍‌ଷ୍ଟ୍‍ ମେସେଜ୍‌ ପଠାଇ ପାରିବେ।
 
‘ସାରାଃ ଆପ୍‌’ରେ ଆକାଉଣ୍ଟ୍‌ଟିଏ ଖୋଲି ଅନ୍‌ଲାଇନ୍‌ରେ ଯେ କୌଣସି ଲୋକଙ୍କ ସହ ଆପଣଙ୍କର ଆଇଡି ସେୟାର୍‌ କରନ୍ତୁ। ସେମାନେ ସର୍ଭିସ୍‌ ନିମନ୍ତେ ରେଜିଷ୍ଟର୍‌ ନ କରି ମଧ୍ୟ ଆପଣଙ୍କ ଆଇଡିରେ କ୍ଲିକ୍‌ କରିବାକୁ ସମର୍ଥ ହୋଇ ଯେ କୌଣସି ଟେକ୍‌ଷ୍ଟ୍‍ ପଠାଇ ପାରିବେ। ଆପଣ ସେ ଟେକ୍‌ଷ୍ଟ୍‍ ମେସେଜ୍‌ ପାଇବେ କିନ୍ତୁ, କେବେ ଜାଣିପାରିବେ ନାହିଁ ତା’ର ପ୍ରେରକ କିଏ?
 
କିନ୍ତୁ, ଅଜ୍ଞାତ ପ୍ରେରକଙ୍କ ନିକଟ ଆପଣ ଆଉ ଆସିଥିବା ମେସେଜ୍‌ର ଉତ୍ତର ପଠାଇ ପାରିବେ ନାହିଁ। କେବଳ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିବା, ବ୍ୟବହାରକାରୀଙ୍କୁ ରିପୋର୍ଟ କରିବା, ତାଙ୍କୁ ବ୍ଲକ୍‌ କରିବା କିଂବା ମେସେଜ୍‌କୁ ‘ଫେବୋରିଟ୍‌’ ବୋଲି ଚିହ୍ନିତ କରିପାରିବେ ଆପଣ।
 
ସେ ଆପ୍‌ର ଅଛି ତିନୋଟି ସେକ୍‌ସନ୍‌। ଗୋଟିଏ ଦେଖାଏ ରିସିଭ୍‌ କରାଯାଇଥିବା ସବୁ ମେସେଜ୍‌। ଅନ୍ୟ ଦୁଇଟି ଦେଖାଏ ଆପଣ ‘ଫେବୋରିଟ୍‌’ ଚିହ୍ନିତ କରିଥିବା ମେସେଜ୍‌ ଏବଂ ଆପଣ ପଠାଇଥିବା ମେସେଜ୍‌ ସବୁକୁ। ବ୍ୟବହାରକାରୀଙ୍କ ନିମନ୍ତେ ସର୍ଚ, ଏକ୍ସ୍‍ପ୍ଲୋର୍‌, ଆକାଉଣ୍ଟ୍‌କୁ ସଂଶୋଧନ କରିବା ଏବଂ ଆପଣଙ୍କ ଆଇଡି ଆକାଉଣ୍ଟ୍‌ ସେୟାର୍‌ କରାଇବାର ଅପ୍‌ସନ୍‌ ମଧ୍ୟ ଏଥିରେ ଅଛି। ବିଶେଷ କରି ଏହାର ‘ଏକ୍‌ସ୍‌ପ୍ଲୋର୍‌’ ଟ୍ୟାବ୍‌ଟି ଏ ଯାଏ କାର୍ଯ୍ୟକ୍ଷମ ହୋଇ ନାହିଁ।
 
ଜୈନ୍‌ଆଲାବ୍‌ଦିନ୍‌ ତକ୍‌ଫିକ୍‌ ନାମକ ଏକ ସାଉଦି ଆରବ ଡେଭ୍‌ଲପର୍‌ ଏହି ଆପ୍‌କୁ ତିଆରି କରିଥିଲେ। ଏବଂ ଆରବୀ ଭାଷାରେ ‘ସାରାଃ’ର ଅର୍ଥ ସାଧୁତା।
 
‘ସାରାଃ ଆପ୍‌’ ଉଭୟ ଗୁଗଲ୍‌ ପ୍ଲେ ଏବଂ ଆପ୍‌ ଷ୍ଟୋର୍‌ରେ ମିଳୁଛି। ସ୍ମାର୍ଟଫୋନ୍‌, ଆଇଓଏସ୍‌, ଓ୍ଵିନ୍‌ଡୋଜ୍‌ ଫୋନ୍‌ କିଂବା ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏହାକୁ ବ୍ୟବହାର କରିହେବ। ‘ସାରାଃ ଆପ୍‌’କୁ ଡାଉନ୍‌ଲୋଡ୍‌ କରିବା ଏବଂ ବ୍ୟବହାର କରିବା ମାଗଣା।

image