17 October 2017
10:25:17 PM
Sambad News
ବିଶେଷ

ବାହାଘର ପ୍ରସ୍ତାବ ଲାଗି ପ୍ରୋଫାଇଲ୍‌ ପ୍ରସ୍ତୁତ କରୁଛନ୍ତି କି?

By Sambad | Date: Aug 12 2017 1:46PM
ବାହାଘର ପ୍ରସ୍ତାବ ଲାଗି ପ୍ରୋଫାଇଲ୍‌  ପ୍ରସ୍ତୁତ  କରୁଛନ୍ତି କି?

ଆଜିକାଲି ଅଧିକାଂଶ ଲୋକେ ନିଜର ବା ନିଜ ସଂପର୍କୀୟମାନଙ୍କ ବାହାଘର ପ୍ରସ୍ତାବ ଲାଗି ବିଭିନ୍ନ ମ୍ୟାଟ୍ରିମୋନିଆଲ୍‌ ସାଇଟରେ ନିଜର ପ୍ରୋଫାଇଲ୍‌ ସେଆର୍‌ କରୁଛନ୍ତି। ଓ୍ଵବସାଇଟ୍‌ରେ  ନିଜର ପ୍ରୋଫାଇଲ୍‌  ପ୍ରସ୍ତୁତ  କରିବା ପୂର୍ବରୁ କେତେକ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ।  ପ୍ରଥମେ ଚାରି ପାଞ୍ଚଜଣଙ୍କର ପ୍ରୋଫାଇଲ୍‌କୁ ଭଲଭାବେ   ପଢ଼ନ୍ତୁ । ସେଥିରୁ  ଆପଣଙ୍କର  ଆଇଡିଆ  ଆସିଯିବ ଯେ ପ୍ରୋଫାଇଲରେ  କ’ଣ ଓ କିପରି   ଲେଖାଯିବ ।
 
 
ପ୍ରୋଫାଇଲ୍‌ରେ  ନିଜର ବା  ନିଜ ପରିବାରର ପ୍ରଶଂସା  ଆଦୌ ସୂଚିତ କରନ୍ତୁ ନାହିଁ । ସେପରି କଲେ  ପ୍ରୋଫାଇଲ୍‌  ପଢ଼ିବା ଲୋକ  ଆପଣଙ୍କୁ  ଗର୍ବୀ  ମନେ କରିପାରେ । ଏଣୁ ଯଥାସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ । ପ୍ରୋଫାଇଲ୍‌ରେ  ନିଜର ଲକ୍ଷ୍ୟ, ବିଶେଷତ୍ୱ, ରୁଚି ଓ ଉପଲବ୍ଧି ସଂପର୍କରେ  ଅବଶ୍ୟ ସୂଚନା ଦିଅନ୍ତୁ । ଯଦି ରାଶି ବା ଗ୍ରହଚଳନରେ ବିଶ୍ୱାସ ଥିବ ତେବେ ସେ କଥା ବି ସ୍ପଷ୍ଟଭାବେ ଜଣାନ୍ତୁ।
 

image