19 October 2017
2:40:46 PM
Sambad News
ବିଶେଷ

କୁକୁରକୁ ଗିରଫ କଲା ପୁଲିସ

By Sambad | Date: Apr 21 2017 3:47PM
କୁକୁରକୁ ଗିରଫ କଲା ପୁଲିସ

ଆୟରଲ୍ୟାଣ୍ଡ: ଆୟରଲ୍ୟାଣ୍ଡର ପୁଲିସ୍‌ ଏକ କୁକୁରକୁ ଗିରଫ କରିଛି। ଏହି କୁକୁର ଟ୍ରାଫିକ୍‌ ନିୟମ ଭଙ୍ଗ କରିଥିବାରୁ ପୁଲିସ୍‌ ଗିରଫ କରିଛି।ଚିହୁଆହୁଆ ନାମକ ଏହି କୁକୁରଟି ରାସ୍ତା ପାର ହେଉଥିବା ସମୟରେ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଆୟରଲ୍ୟାଣ୍ଡ ପୁଲିସ୍‌ ଏହାକୁ ଗିରଫ କରିଛି। ଏହି କୁକୁରଟିକୁ ପୁଲିସ୍‌ ନାଷ୍ଟି ନାଇଜେଲ୍‌ ନାମ ଦେଇଛି। କୁକୁରକୁ କାବୁ କରିବା ସମୟରେ ଏହା ଜଣେ ପୁଲିସ୍‌ ଅଧିକାରୀଙ୍କୁ କାମୁଡ଼ିବାକୁ ଗୋଡାଇଥିଲା। ଏହାକୁ ସୋସିଆଲ୍‌ ମିଡିଆରେ ଆୟରଲ୍ୟାଣ୍ଡ ପୁଲିସ୍‌ ଛାଡ଼ିବା ପରେ ଏହାର ମାଲିକ ତାକୁ ନେବା ପାଇଁ ପୁଲିସ୍‌ ନିକଟରେ ପହଞ୍ଚିଥିଲେ। ରାତି ୩ଟା୩୦ରେ ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ଏହି କୁକୁରକୁ ରାସ୍ତା ଉପରେ ଦେଖିଥିଲେ। ଆୟରଲ୍ୟାଣ୍ଡରେ କୁକୁର ରାସ୍ତାରେ ବୁଲିବା ବେଆଇନ ହୋଇଥିବାରୁ ପୁଲିସ୍‌ ପାଟ୍ରୋଲିଂ ପାର୍ଟି ଏହାକୁ ଧରିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଏହା ଓ୍ଵି ନାମକ ଅଧିକାରୀଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା।ଏହାପରେ ପୁଲିସ୍‌ତାକୁ ଗିରଫ କରିଥିବା ଘୋଷଣା କରିଥିଲା। ପୁଲିସ୍‌ ଉପରେ ଆକ୍ରମଣ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା। ଜଣେ ପୁଲିସ୍‌ ଅଧିକାରୀଙ୍କ ଜ୍ୟାକେଟ୍‌ରେ ସେ ପୁଲିସ୍‌ ଗାଡ଼ିରେ ଶୋଇ ରହିଥିଲା। ଫେସ୍‌ବୁକ୍‌ରେ ଆୟରଲ୍ୟାଣ୍ଡ ପୁଲିସ୍‌ ଏହି ଘଟଣା ପୋଷ୍ଟ କରିବାପରେ ତା ମାଲିକ ତାକୁ ନେବା ପାଇଁ ଆସିଥିଲେ।

image