19 November 2017
4:38:01 AM
Sambad News
ବିଶେଷ

ଭିନ୍ନ ଏକ ପ୍ରେମ କାହାଣୀ: ଅସ୍ତ୍ରୋପଚାର ପାଇଁ ଆସି ଡାକ୍ତରଖାନାରେ ପ୍ରେମ ହେଲା: ବିବାହ ପୂର୍ବରୁ ଉଭୟ କଲେ ଲିଙ୍ଗ ପରିବର୍ତ୍ତନ

By Sambad | Date: Aug 21 2017 8:54PM
ଭିନ୍ନ ଏକ ପ୍ରେମ କାହାଣୀ:  ଅସ୍ତ୍ରୋପଚାର ପାଇଁ ଆସି ଡାକ୍ତରଖାନାରେ ପ୍ରେମ ହେଲା: ବିବାହ ପୂର୍ବରୁ ଉଭୟ କଲେ ଲିଙ୍ଗ ପରିବର୍ତ୍ତନ

ଥିରୁବନନ୍ତପୁରମ୍‌: ପ୍ରେମ ପାଇଁ ୪ ଖୁଣ ମାଫ୍‌। ଇଏ ଏମିତି ଏକ ସମ୍ପର୍କ ଯାହା ପାଇଁ କାହିଁ କେତେ ଘଟଣା ଘଟିଯାଉଛି। ଠିକ୍‌ ସେମିତି ଘଟଣାଟିଏ ଘଟିଛି କେରଳରେ। ଲିଙ୍ଗ ପରିବର୍ତ୍ତନ ପାଇଁ ଡାକ୍ତରଖାନା ଆସିଥିବା ଜଣେ ବ୍ୟକ୍ତି ସେହି ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ମହିଳାଙ୍କୁ ପ୍ରେମ କରି ବସନ୍ତି। ବାସ୍‌ ତା’ପରେ ଉଭୟେ ନିଜ ଲିଙ୍ଗ ପରିବର୍ତ୍ତନ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ଲିଙ୍ଗ ପରିବର୍ତ୍ତନ କରି ବିବାହ କରିଥିବା ଏହି ଯୋଡି ହେଉଛି ଅରଭ ଅପୁକୁଟ୍ଟମ୍‌ ଓ ସୁକନ୍ୟା କ୍ରିଷ୍ଶନ୍‌। 
 
ତାଙ୍କ କାହାଣୀ ଆରମ୍ଭ ହୁଏ ମୁମ୍ବାଇର ଏକ ଡାକ୍ତରଖାନାରୁ। ଅରଭ ଜନ୍ମରୁ ମହିଳା ଥିବା ବେଳେ ସୁକନ୍ୟା ଥିଲେ ପୁରୁଷ। ଉଭୟ ନିଜ ଜୀବନକୁ ନେଇ ପ୍ରାରମ୍ଭରୁ ବେଶ୍‌ ଅସୁଖୀ ଥିଲେ। ପୁରୁଷ ହୋଇ ମନରେ ସୁକନ୍ୟାଙ୍କ ଭାବ ଥିଲା ମହିଳାର ଆଉ ଅରଭ ମଧ୍ୟ ସେହି ଏକା ସମସ୍ୟା ନେଇ ଚିନ୍ତିତ ଥିଲେ। ଫଳରେ ଉଭୟେ ମୁମ୍ବାଇର ଏକ ଡାକ୍ତରଖାନାରେ ଲିଙ୍ଗ ପରିବର୍ତ୍ତନ ପାଇଁ ଯାଇ ଡାକ୍ତରଙ୍କୁ ଭେଟିଥିଲେ। ସେହିଠାରେ ଉଭୟଙ୍କର ଭେଟ ହୋଇଥିଲା। ଆଉ ପରେ ନିଜ କଥା ଜଣେ ଜଣଙ୍କୁ କହିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ଆଉ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ ।
 
ଏବେ ଉଭୟ ଏକ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ମଧ୍ୟ ଯୋଜନା କରୁଛନ୍ତି। ଅପରପକ୍ଷେ ଉଭୟଙ୍କ ପରିବାର ମଧ୍ୟ ଏହି ସମ୍ପର୍କକୁ ସ୍ୱୀକୃତି ଦେଇଥିବା ଜଣାପଡିଛି।

image