24 November 2017
5:22:03 AM
Sambad News
ବିଶେଷ

ପୋଷା କୁତୀ ସହ ଦଉଡ଼ି ଡେଇଁ ‘ଗିନିଜ୍‌ ବୁକ୍‌’ ରେକଡ୍‌

By Sambad | Date: Jan 10 2017 1:43PM
ପୋଷା କୁତୀ ସହ ଦଉଡ଼ି ଡେଇଁ  ‘ଗିନିଜ୍‌ ବୁକ୍‌’ ରେକଡ୍‌

 ପୋଷା କୁତୀ ସହ ଦଉଡ଼ି ଡେଇଁ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଜାପାନ୍‌ର ମାକୋଟୋ କୁମାଗାଇ। ‘ଗିନିଜ୍‌ ବୁକ୍‌’ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଦୁହେଁ ଏକ ମିନିଟ୍‌ରେ ଏକାବନ ଥର ଦଉଡ଼ି ଡେଇଁ ନିଜର ପୁରୁଣା ରେକଡ୍‌ର୍ ଭାଙ୍ଗିଛନ୍ତି। ଏଗାର ବର୍ଷ ବୟସ୍କା କୁତୀର ନାମ ପୁରିନ୍‌। ପୁରିନ୍‌ର ଏହା ପ୍ରଥମ ଚମତ୍କାରୀ ନୁହେଁ। ୨୦୧୫ରେ ସେ ଗୋଲ୍‌ରକ୍ଷକ ଦାୟିତ୍ୱ ତୁଲାଇ ଚଉଦ ଥର ଫୁଟ୍‌ବଲ୍‌ ଅଟକାଇଥିଲା। ଆଉ ଗତ ବର୍ଷ ଏକ ବଲ୍‌ ଉପରେ ଛିଡ଼ାହୋଇ, ଗଡ଼ାଇଗଡ଼ାଇ ୧୦.୩୯ ସେକେଣ୍ଡ୍‌ରେ ଦଶ ମିଟର୍‌ ପଥ ଅତିକ୍ରମ କରିଥିଲା।

image