19 November 2017
4:37:26 AM
Sambad News
ବିଶେଷ

ପ୍ରକୃତ ମାଲିକଙ୍କୁ ୪୦ ଲକ୍ଷ ଟଙ୍କାର ହଜିଲା ହୀରା ଫେରସ୍ତ କଲା ରାତ୍ରୀଜଗୁଆଳଙ୍କ ପୁଅ

By Sambad | Date: Aug 20 2017 11:23AM
ପ୍ରକୃତ ମାଲିକଙ୍କୁ ୪୦ ଲକ୍ଷ ଟଙ୍କାର ହଜିଲା ହୀରା ଫେରସ୍ତ କଲା ରାତ୍ରୀଜଗୁଆଳଙ୍କ  ପୁଅ
Photo Courtesy of TOI

ସୁରତ: ଅଗଷ୍ଟ ୧୫ ତାରିଖ ଦିନ ମହିଧାପୁର ଅନ୍ତର୍ଗତ ଡାଇମଣ୍ଡ୍‌ ଷ୍ଟ୍ରିଟ୍‌ରେ କ୍ରିକେଟ୍‌ ଖେଳିଲାବେଳେ ଜଣେ ରାତ୍ରୀଜଗୁଆଳଙ୍କ ୧୫ ବର୍ଷିୟ ପୁଅ ପାଇଥିବା ଏକ ୪୦ ଲକ୍ଷ ଟଙ୍କା ମୂଲ୍ୟର ୭୦୦ କ୍ୟାରେଟ୍‌ ହୀରା ଥିବା ପୁଡ଼ିଆଟିକୁ ଖୋଜି ଖୋଜି ଆସିଥିବା ତାହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛି।
 
ତା’ର ସାଧୁତା ପାଇଁ ମହିଧାପୁରର ଜଡ଼ଖଡ଼ିରେ ବାସ କରୁଥିବା ଏକାଦଶ ଶ୍ରେଣୀର ଛାତ୍ର ବିଶାଳ ଉପାଧ୍ୟାୟଙ୍କୁ ଶନିବାର ଦିନ ହୀରା ମାଲିକ ମନସୁଖ ସାବାଲିୟା ୩୦ ହଜାର ଏବଂ ସୁରତ ଡାଇମଣ୍ଡ୍‌ ଆସୋସିଏସନ୍‌ର ସଭାପତି ବାବୁ ଗୁଜରାଟୀ ୧୧ ହଜାର ଟଙ୍କା ଇନାମ ଦେଇଛନ୍ତି। 
 
ହୀରା ପୁଡ଼ିଆ ପାଇବା ପରେ ନିଜ ବାପାମାଆଙ୍କୁ ନ ଜଣାଇ ବିଶାଳ ତାକୁ ନିରାପଦରେ ରଖିଥିଲା। ଆଶା ଥିଲା ତାହାକୁ ତା’ର ପ୍ରକୃତ ମାଲିକକୁ ଫେରାଇବ। ତୃତୀୟ ଦିନ ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଆଧାର କରି ହୀରା ପୁଡ଼ିଆ ଖୋଜି ଖୋଜି ମାଲିକ ଆସି ପହଞ୍ଚିଲେ। ତାଙ୍କର କଥାବାର୍ତ୍ତା ଶୁଣି ବିକାଶ ତାଙ୍କ ପଛେ ପଛେ ଯାଇ କହିଥିଲା କି, ହୀରା ପୁଡ଼ିଆ ତା’ ପାଖରେ ଅଛି।
 
ଟିଣ ଘରେ ବାସ କରୁଥିବା ଏବଂ ମାସିକ ୮ ହଜାର ଟଙ୍କା ଉପାର୍ଜନ କରୁଥିବା ବିଶାଳ ୪୧ ହଜାର ଟଙ୍କାର ପୁରସ୍କାର ରାଶିକୁ ନିଜ ପଢ଼ା ଖର୍ଚ୍ଚରେ ଲଗାଇବେ ବୋଲି କହିଛନ୍ତି।

image