21 November 2017
9:11:01 PM
Sambad News
ବିଶେଷ

କେବଳ ମଣିଷ ନୁହେଁ, କୁକୁର ବି ଚଲାନ୍ତି କାର

By Sambad | Date: Jan 10 2017 7:14PM
କେବଳ ମଣିଷ ନୁହେଁ, କୁକୁର ବି ଚଲାନ୍ତି କାର

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ମନୁଷ୍ୟ ହିଁ କାର ଚଳାଉଥିବା କଥା ଆପଣ ଜାଣିଥିଲେ। ହେଲେ କୁକୁର ବି କାର ଚଲାନ୍ତି। ଏକଥା ଜାଣିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ। ପୃଥିବୀରେ ଯେତେ ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କୁକୁର ହେଉଛି ସବୁଠାରୁ ବେଶୀ ବୁଦ୍ଧିମାନ। ଆକଲାଣ୍ଡର ଏକ ସଂସ୍ଥା କୁକୁରମାନଙ୍କୁ କାର ଚଲାଇବା ପ୍ରଶିକ୍ଷଣ ଦେଉଛି। 
 
ସଂସ୍ଥା ତରଫରୁ ପୋର୍ଟର, ମଣ୍ଟି ଓ ଗିନ୍ନି ପ୍ରଜାତିର କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କୁହାଯାଉଛି ଯେ, କୁକୁରମାନେ ଆଠ ମାସ ପ୍ରଶିକ୍ଷଣ ନେଲା ପରେ ଭଲରେ କାର ଚଲାଇପାରୁଛନ୍ତି। କୁକୁରମାନଙ୍କ କାର ଚଲାଇବାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। 
 
କୁକୁରମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଜଣେ ପ୍ରଶିକ୍ଷକ କହିଛନ୍ତି, କୁକୁରମାନଙ୍କର ପ୍ରଖର ବୁଦ୍ଧି ଥାଏ। କୁକୁର କାରରେ ଚାବି ଲଗାଇ ଥାଆନ୍ତି। ବ୍ରେକ୍‌ ଉପରେ ଗୋଡ ରଖି, ଗିୟର ଲଗାଇ ଗାଡି ଷ୍ଟାର୍ଟ କରନ୍ତି। 

image