19 November 2017
4:46:38 AM
Sambad News
ବିଶେଷ

ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ : ୫ ବର୍ଷରେ ଟ୍ରାକରେ ଗଡ଼ିବ

୫୦୮ କିମି ଦୂରତାକୁ ୨ ଘଣ୍ଟାରୁ କିଛି ଅଧିକ ସମୟରେ ପହଞ୍ଚାଇବ

By Sambad | Date: Sep 13 2017 7:44PM
ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ : ୫ ବର୍ଷରେ ଟ୍ରାକରେ ଗଡ଼ିବ

ମୁମ୍ବାଇରୁ ଅହମ୍ମଦାବାଦ ଯିବାକୁ ଥିବା ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ବିଷୟରେ ଜାଣନ୍ତୁ।  କେତେ ଖର୍ଚ୍ଚ ହେବ ଏହି ପ୍ରକଳ୍ପରେ। ପ୍ରକଳ୍ପ ଶେଷ ହେବାକୁ  କେତେ ସମୟ ଲାଗିବ।  କେତେ ବେଗରେ ଗତି କରିବ ଏହି ବୁଲେଟ୍‌ ଟ୍ରେନ୍‌।
 
କ’ଣ ସବୁ ରହିଛି ବୁଲେଟ୍‌ ଟ୍ରେନ୍‌ରେ...
 
୧୦ କୋଚ୍‌ ବିଶିଷ୍ଟ ବୁଲେଟ୍‌ ଟ୍ରେନ୍‌ରେ ୭୫୦ ଜଣ ଯାତ୍ରା କରିବେ
 
ପ୍ରତିଦିନ ୩୬,୦୦୦ ଲୋକ ଯାତ୍ରା କରିବେ 
 
ଟ୍ରେନ୍‌ରେ ଯାତ୍ରୀଙ୍କ ଉପସ୍ଥାନ:୨୦୫୩ ମସିହା ସୁଦ୍ଧା ୧,୮୬,୦୦୦ ଲୋକ ପ୍ରତିଦିନ ଯାତ୍ରା କରିବେ ବୋଲି ଆକଳନ କରାଯାଉଛି।
 
ଭବିଷ୍ୟତରେ ୧୬ କୋଚ୍‌ ବିଶିଷ୍ଟ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବାର ଯୋଜନା ରହିଛି।
 
ସମୟସୀମା: ୫ ବର୍ଷିୟ ପ୍ରୋଜେକ୍ଟ୍‌ (ନିର୍ମାଣ ଲାଗି ୧,୧୦,୦୦୦ କୋଟି ଖର୍ଚ୍ଚ ହେବ ୫ ବର୍ଷରେ)
ପ୍ରତି ବର୍ଷ ଖର୍ଚ୍ଚହେବ ୨୦,୦୦୦ କୋଟି।  ୮୮,୦୦୦ କୋଟି ଋଣ ଜାପାନରୁ ୦.୧ ପ୍ରତିଶତ ସୁଧରେ ଅଣାହୋଇଛି । ଏହା ୫୦ ବର୍ଷ ସମୟ ମଧ୍ୟରେ ପରିଶୋଧ ହେବ।
 
୩୫୦ କିମି (ପ୍ରତି ଘଣ୍ଟା)ସର୍ବାଧିକ ଡିଜାଇନ ସ୍ପିଡ୍‌ ଓ ୩୨୦ କିମି (ପ୍ରତି ଘଣ୍ଟା)ସର୍ବାଧିକ ଅପରେଟିଙ୍ଗ୍‌ ସ୍ପିଡ୍‌
 
ଯାତ୍ରା ସମୟ :୨.୦୭ ଘଣ୍ଟା (ସୀମିତ ଷ୍ଟପେଜ୍‌ସ) ଓ  ୨.୫୮ ଘଣ୍ଟା (ସମସ୍ତ ଷ୍ଟେସନ୍‌ରେ ରହିବାର ସମୁଦାୟ ସମୟ) । ୨ ଘଣ୍ଟା ୭ ମିନିଟ୍‌ ସମୟ ନେବ ୪ଟି ଷ୍ଟେସନ୍‌ରେ ଷ୍ଟପେଜ୍‌ ପାଇଁ । ସମୁଦାୟ ୧୨ଟି ଷ୍ଟେସନ୍‌ ସମୁଦାୟ ୨ ଘଣ୍ଟା ୫୮ ମିନିଟ୍‌ ସମୟ ନେବ
 
ଟିକେଟ୍‌ ମୂଲ୍ୟ : ବୁଲେଟ୍‌ ଟ୍ରେନ୍‌ ଭଡା ୫୦୮ କିମି ଦୂରତା ଲାଗି ୨,୭୦୦ରୁ ୩,୦୦୦ ଟଙ୍କା (ବିମାନରେ ୩,୫୦୦ରୁ ୪,୦୦୦ ଟଙ୍କା ସମାନ ମାର୍ଗରେ) ରହିବ।
 
 

image