19 November 2017
4:46:52 AM
Sambad News
ବିଶେଷ

‘କୌନ ବନେଗା କରୋଡପତି’ରେ ଭାଗ ନେଇ ଅଡୁଆରେ ଉପଜିଲ୍ଲାପାଳ

By Sambad | Date: Sep 12 2017 5:14PM
‘କୌନ ବନେଗା କରୋଡପତି’ରେ ଭାଗ ନେଇ ଅଡୁଆରେ ଉପଜିଲ୍ଲାପାଳ

କୋଟିପତି ହେବାକୁ କିଏ ବା ଚାହେଁନା? କିଏ ଆବଶ୍ୟକତା ଦୃଷ୍ଟିରୁ ହେଉ କିମ୍ବା କିଏ ସଉକ ଦୃଷ୍ଟିରୁ ହେଉ। ଟଙ୍କାର ଅଭାବ ସମସ୍ତଙ୍କର ରହିଛି। ଗତ କିଛି ବର୍ଷ ହେବ ସୋନି ଟିଭିରେ ପ୍ରକାଶିତ ହେଉଥିବା ସୋ’ ‘କୌନ ବନେଗା କରୋଡପତି’ ଯେପରି କୋଟିପତି ହେବାର ଏକ ବଢ଼ିଆ ସୁଯୋଗ ଲୋକଙ୍କୁ ଦେଉଛି। ଦେଶ ବିଦେଶର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟି କରୁଥିବା ସୋ’ରୁ ପ୍ରତିଯୋଗୀମାନେ ସାଉଁଟିଥାନ୍ତି ଟଙ୍କା।
 
ନିକଟରେ ଏହି ସୋ’ରେ ଭାଗ ନେଇଥିଲେ ଛତିଶଗଡର ମୁଙ୍ଗେଲୀ ଜିଲ୍ଲାର ପ୍ରଶିକ୍ଷାର୍ଥୀ ଉପଜିଲ୍ଲାପାଳ ଅନୁରାଧା ଅଗ୍ରୱାଲ। ଅଗ୍ରଓ୍ଵାଲ୍‌ କେବିସିରୁ ଜିତିବା ଟଙ୍କା ନେଇ ନିଜ ଭାଇଙ୍କ ଚିକିତ୍ସା କରିବା ଆଶାରେ ଖେଳିବାକୁ ଇଚ୍ଛା ପ୍ରକଟ କରିଥିଲେ। ଅନୁରାଧାଙ୍କ ଭାଇ ଜଣେ କିଡ୍‌ନି ରୋଗୀ। ଅନୁରାଧା ଅଗ୍ରୱାଲ କେବିସି ପାଇଁ ମନୋନ୍ନିତ ହୋଇଥିଲେ। ଯାହାର ଅଡିସନ ଭୋପାଳରେ ହୋଇଥିଲା। ଏଥିରେ ସେ ସିଲେକ୍ଟ ହେବାପରେ ତାଙ୍କୁ ସୁଟିଂ ପାଇଁ ମୁମ୍ବାଇ ଡକାଯାଇଥିଲା। ତେବେ କେବିସିର ସୁଟିଂ ହେବାର ଗୋଟିଏ ଦିନ ପୂର୍ବରୁ ହିଁ ତଥା ୨୦ ଅଗଷ୍ଟରେ ଅନୁରାଧାଙ୍କର ମାଆଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥି ପାଇଁ ସେ ମୁମ୍ବାଇ ଯିବାକୁ ଚାହୁଁ ନଥିଲେ। ହେଲେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଅନୁରାଧା ସୁଟିଂ ପାଇଁ ମୁମ୍ବାଇ ଚାଲିଯାଇଥିଲେ। ଏହାପରେ ଅନୁରାଧା କେବିସିରେ ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟରେ ବସି କିଛି ରକମ (ଟଙ୍କା) ମଧ୍ୟ ଜିତି କରି ଫେରିଥିଲେ ହେଲେ ଫେରିବା ପରେ ସେ ଜାଣିବାକୁ ପାଇଲେ କି ସରକାର ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେଇନଥିଲେ।
 
ଅନୁରାଧା ପ୍ରଥମେ ଜିଲ୍ଲାପାଳ ଏବଂ ଡିଭିଜିନାଲ କମିସନରଙ୍କ ସହାୟତାରେ ରାଜ୍ୟ ସରକାରଙ୍କଠାରୁ ଏ ନେଇ ଅନୁମତି ମାଗିଥିଲେ। ତେବେ ଠିକ୍‌ ସମୟରେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଚିଠି ନଆସିବାରୁ ସେ ଜିଲ୍ଲାପାଳଙ୍କଠାରୁ ଛୁଟି ନେଇ ମୁମ୍ବାଇ ଚାଲିଯାଇଥିଲେ ବୋଲି କହିଛନ୍ତିି। ଘରକୁ ଫେରିବା ପରେ ଅନୁରାଧାଙ୍କୁ ଏକ ଚିଠି ମିଳିଥିଲା। ସେଥିରେ ଲେଖାଥିଲା ଯେ କେବିସିରେ ଭାଗ ନେବା ପାଇଁ ତାଙ୍କ ଆବେଦନକୁ ଖାରଜ କରାଯାଇଛି। ଏପରିସ୍ଥତିରେ ଅନୁରାଧା ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଗାଇଡଲାଇନ୍‌ସ ଜାରି କରିବା ପରେ ହିଁ ଅନୁରାଧାଙ୍କୁ ଏହି ସୋରେ ସାମିଲ ହେବାର ଅନୁମତି ସମ୍ବନ୍ଧୀୟ ଔପଚାରିକତା ସଂପୂର୍ଣ୍ଣ ହୋଇପାରିଥିଲା।
 

image