19 November 2017
4:42:13 AM
Sambad News
ବିଶେଷ

ସ୍ୱପ୍ନ ସାକାର କରି ଚର୍ଚ୍ଚାରେ ମେରିନ୍‌

By Sambad | Date: Aug 20 2017 6:45PM
ସ୍ୱପ୍ନ ସାକାର କରି ଚର୍ଚ୍ଚାରେ ମେରିନ୍‌

କେରଳ: ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍‌ ଅଫିସର ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିଥିବା ମେରିନ୍‌ ଯୋଶେଫ୍‌ ଏବେ ବେଶ୍‌ ଚର୍ଚ୍ଚାରେ। ମେରିନ୍‌ ଥରକରେ ହିଁ ଆଇପିଏସ୍‌ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି। ମେରିନ୍‌ ପରେଡକୁ କମାଣ୍ଡ କରୁଥିବା ସବୁଠାରୁ କମ୍‌ ବୟସ୍କା ଅଫିସର ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ। ସ ଜଣେ ଆଇପିଏସ୍‌ ଅଫିସର ସଙ୍ଗେ ସଙ୍ଗେ ଜଣେ ସମାଜସେବୀ ମଧ୍ୟ।
 
ମେରିନ୍‌ଙ୍କ ଜନ୍ମ କେରଳର ଏକ ଛୋଟ ଗାଁରେ ହୋଇଥିଲା। ତାଙ୍କ ବାପା ଜଣେ କୃଷି ମନ୍ତ୍ରାଳୟର ପ୍ରମୁଖ ପରାମର୍ଶଦାତା ଏବଂ ମାଆ ଶିକ୍ଷୟତ୍ରୀ। ପାଠପଢା ସମୟରୁ ହିଁ ମେରିନଙ୍କୁ ‘ବ୍ୟୁଟି ଉଇଥ୍‌ ବ୍ରେନ୍‌’ ଭଳି ଟ୍ୟାଗ୍‌ ମିଳି ସାରିଥିଲା। ମେରିନ ଦିଲ୍ଲୀର ‘ସେଂଟ୍‌ ଷ୍ଟିଫେନ୍‌ସ କଲେଜ’ରେ ପାଠପଢା ଶେଷ କରିଥିଲେ। ଉଚ୍ଚଶିକ୍ଷା ହାସଲ କରିସାରିବା ପରେ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ କୋଚିଂ ନେଇଥିଲେ। ପାଖାପାଖି ଗୋଟିଏ ବର୍ଷ କୋଚିଂ ନେବା ପରେ ମେରିନ୍‌ ୨୦୧୨ ମସିହାରେ ଅଲ୍‌ ଇଣ୍ଡିଆ ରାଙ୍କ ୧୮୮ ହାସଲ କରି ଆଇପିଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଏହାପରେ ମେରିନଙ୍କ ପ୍ରଶିକ୍ଷଣ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଆଉ ସେହିଠାରେ ହିଁ ସେ ପହଁରିବାଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ମଧ୍ୟ ନେଇଥିଲେ।
 

image