20 October 2017
10:26:35 AM
Sambad News
ବିଶେଷ

ଏହି ମହିଳା ଆଖିରେ ପଟି ବାନ୍ଧି ୯୯ ଦିନରେ ନିର୍ମାଣ କରିଥିଲେ ୯,୯୯୯ଟି ଗଣେଶ ପ୍ରତିମା

By Sambad | Date: Aug 13 2017 7:17AM
ଏହି ମହିଳା ଆଖିରେ ପଟି ବାନ୍ଧି ୯୯ ଦିନରେ ନିର୍ମାଣ କରିଥିଲେ ୯,୯୯୯ଟି ଗଣେଶ ପ୍ରତିମା

ମୁମ୍ବାଇ: ଆଗକୁ ଆସୁଛି ଗଣେଶ ଚତୁର୍ଥୀ। ତେବେ ଏହି ଅବସରରେ ମହାରାଷ୍ଟ୍ରର ଜଣେ ମହିଳା ଆଖିରେ ପଟି ବାନ୍ଧି ଗଣେଶ ମୂର୍ତ୍ତି ନିର୍ମିତ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ମହିଳାଙ୍କ ନାମ ହେଉଛି ରମା। ରମାଙ୍କ ଏଭଳି ଗଣେଶ ମୂର୍ତ୍ତି ନିର୍ମିତ କରିବା ପ୍ରଥମ ନୁହେଁ । ସେ ଦୀର୍ଘ ୧୭ବର୍ଷ ହେବ ପାଖାପାଖି ୩ଲକ୍ଷରୁ ଊର୍ଧ୍ୱ  ଗଣେଶ ପ୍ରତିମା ନିର୍ମିତ କରିସାରିଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି ଏଥିମଧ୍ୟରୁ ଏକ ହଜାର ଗଣେଶ ପ୍ରତିମା ରମା ଆଖିରେ ପଟି ବାନ୍ଧି ଗଢ଼ିଥିଲେ। ରାମା ତିନି ମିନିଟ୍‌ରେ ସବୁଠାରୁ ସାନ ଗଣେଷଙ୍କ ମୂର୍ତ୍ତି ପ୍ରସ୍ତୁତ କରିଦିଅନ୍ତି।  ୨୦୦୪ରେ ଗୁଜୁରାଟର ଭାଗନଗରରେ ଆଖିର ପାଟି ବାନ୍ଧି ରମା ଏକ ଗଣେଷ ପ୍ରତିମା ଗଢ଼ିବା ଥିଲେ। ରମାଙ୍କ ଏହି ପ୍ରତିଭା ଦେଖି ନରେନ୍ଦ୍ର ମୋଦି ଖୁସି ହୋଇ ତାଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ। 
 
ରମା ଆମେରିକାର ଲୋକପ୍ରିୟ ଟିଭି ସୋ’ ‘ରିପ୍ଲିଜ୍‌ ବିଲିବ ଇଟ ଅର୍‌ ନଟ’ ପେନେଲରେ ମଧ୍ୟ ନଜର ଆସିଛନ୍ତି। ସେ ୯୯ଦିନରେ ଆଖିରେ ପଟି ବାନ୍ଧି ୯,୯୯୯ପ୍ରତିମା ନିର୍ମିତ କରିଥିଲେ।

image