18 October 2017
11:41:18 PM
Sambad News
ସମ୍ବଲପୁର

ମୋବାଇଲ୍‌ ଲୁଟ୍‌, ୧ ଗିରଫ

By Sambad | Date: Jan 7 2017 10:28AM
ମୋବାଇଲ୍‌ ଲୁଟ୍‌, ୧ ଗିରଫ

ବାମରା: ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ବାମରା ଜିଆର୍‌ଏସ୍‌ ଶ୍ରୀମତୀ ଅଜିତା ପଟେଲଙ୍କଠାରୁ ମୋବାଇଲ୍‌ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଶ୍ରୀମତୀ ପଟେଲ ବାମରା ପଟ୍ରୋଲ୍‌ ପମ୍ପ୍‌ ପାଖରୁ ଷ୍ଟେସନ୍‌କୁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ଧକ୍କା ଦେବା ସହ ପର୍ସରୁ ମୋବାଇଲ୍‌ ଲୁଟି ଫେରାର୍‌ ହୋଇଯାଇଥିଲା। ଅଜିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଚୋରକୁ କାବୁ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ।

ଗୋବିନ୍ଦପୁର ପୁଲିସ୍‌ ପହଞ୍ଚି ତାକୁ ଗିରଫ କରିବା ସହ ମୋବାଇଲ୍‌ଟିକୁ ଉଦ୍ଧାର କରିଥିଲା। ଲୁଟେରା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଂଚଳର ରାଜୀବ ବାଘ (୨୦) ବୋଲି ଜଣାପଡ଼ିଛି। ଏ ନେଇ ଥାନା କେସ୍‌ ନଂ. ୧/୧୭ରେ ମାମଲା ରୁଜୁ କରି ଏଥିରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୁଲିସ୍‌ ତଦନ୍ତ ଚଳାଇଛି। ସୂଚନାଥାଉ କି ଆଗକୁ ମକର ମେଳା ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପକେଟ୍‌ମାର୍‌, ଲୁଟେରା ଓ ଚୋରମାନେ ଅଂଚଳରେ ଆଡ୍ଡା ଜମାଇଲେଣି ବୋଲି ଚର୍ଚ୍ଚା ହେଉଛି।

image