21 November 2017
9:12:49 PM
Sambad News
ସମ୍ବଲପୁର

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

By Sambad | Date: Jan 3 2017 4:02PM
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମ୍ବଲପୁର: ରାଉରକେଲାର ଏସ୍‌ଜି ଓମେନ୍‌ସ୍‌ ଓ ନୀଳଶୈଳ କଲେଜ ଏମିତି ୫ଟି କଲେଜର ୬୦ ରୁ ୭୦ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ସହିତ ଧାରଣା ଦେଇଥିଲେ। ଆଜି ସମ୍ବଲପୁରର ୫୦ତମ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ଅଡିଟରିୟମ ନିକଟରେ ଛାତ୍ରଛାତ୍ରୀ ପୁଲିସ୍‌ ସହିତ ଧସ୍ତାଧସ୍ତି  ହୋଇଥିଲେ। ଏସ୍‌ଡିପିଓ ପୁଲିସ ଅବକାଶ ରାଉତରାୟଙ୍କ ଉପରକୁ ଜଣେ ଛାତ୍ର ମଧ୍ୟ ହାତ ଉଠାଇ ଦେଇଥିଲା। ତେବେ ପରିସ୍ଥିତି ଉତ୍ତେଜନା ହେବାରୁ ଅଡିଟରିୟମ୍‌ରେ ଚାଲିଥିବା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେବାରୁ କିଛି ସମୟ ପାଇଁ ଏହାକୁ ବନ୍ଦ କରାଯାଇଥିଲା।
 
ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ, କୁଳସଚିବ  ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରି ଆଲୋଚନା କରିଥିଲେ। ବିଶ୍ୱାବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ସହିତ ଛାତ୍ରଛାତ୍ରୀ ଷ୍ଟାଟିକ୍‌ଟିକ୍‌ ହଲ୍‌ରେ ଏବେ ବି ଆଲୋଚନା ଜାରି ରଖିଛନ୍ତି।  ତେବେ ଛାତ୍ରମାନଙ୍କ ପରୀକ୍ଷା ଫଳ ଉଇଥ୍‌ହେଲ୍ଡ ରହିଥିବାରୁ ସେମାନେ ପୁର୍ନବାର ପରୀକ୍ଷା ଖାତ ଦେଖାଯାଉ ଦାବି ନେଇ ଏହି ଅନ୍ଦୋଳନ କରିଥିବା ଜଣାଯାଇଛି।
 

image