18 October 2017
11:59:39 PM
Sambad News
ସମ୍ବଲପୁର

ମଣ୍ଡିରୁ ଉଠିନି ଧାନ, ଖୋଲା ଆକାଶ ତଳେ ଚାଷୀ

By Sambad | Date: Dec 28 2016 2:02AM
ମଣ୍ଡିରୁ ଉଠିନି ଧାନ, ଖୋଲା ଆକାଶ ତଳେ ଚାଷୀ

ଦେଉଳପଦର : ତରଭା ବ୍ଲକ୍‌ ଦେଉଳପଦର ପେକ୍ସରେ ୧୦୦୦ ବସ୍ତାରୁ ଅଧିକ ଧାନ ପଡ଼ିରହିଛି। ପ୍ରକାଶ ଯେ ଗତକାଲି ୧୧ ଜଣ ଚାଷୀଙ୍କ ନାମରେ ଟୋକନ ଦିଆଯାଇଥିଲା। ଟୋକନ ମୁତାବକ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ। ଗୋଟିଏ ଗାଡ଼ିରେ ୩୬୬ ବସ୍ତା ଧାନ ଉଠିଛି। ଆଉ ବାକି ୧୦୦୦ ବସ୍ତା ଧାନମଣ୍ଡିରେ ପଡ଼ିରହିଛି। ସିଏସ୍‌ଓଙ୍କୁ ଯୋଗାଯୋଗ କରିବାରୁ ଗାଡ଼ି ପଠାଯାଉଛି ବୋଲି କହିଥିଲେ ହେଲେ ଗାଡ଼ି ଆସିନଥିଲା। ଏହି ଅଞ୍ଚଳକୁ କାହିଁକି ପ୍ରଶାସନ ଅଣଦେଖା କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 
 
ଧାନ ନ ଉଠିବା ଘଟଣା ମିଲରଙ୍କ ଅସହଯୋଗ ନା ପ୍ରଶାସନର ଅପାରଗତା ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଅନ୍ୟପକ୍ଷରେ ଏହି ପେକ୍ସରେ ଦିନକୁ ୪୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଉଛି। ଯାହାକି ଏତିକିରେ ଚାଷୀମାନେ ସମୁଦାୟ ଧାନ ବିକିବା ପାଇଁ କଷ୍ଟକର ହେଉଛି।  ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

image