23 October 2017
4:28:27 AM
Sambad News
ରାୟଗଡ଼ା

ରାୟଗଡାରେ ପହଞ୍ଚିଲା ୮ ଲକ୍ଷ ବାଲଟ ପେପର

By Sambad | Date: Jan 12 2017 11:17AM
ରାୟଗଡାରେ ପହଞ୍ଚିଲା ୮ ଲକ୍ଷ ବାଲଟ ପେପର

ରାୟଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି। ନିର୍ବାଚନକୁ ଆଉ ମାତ୍ର ମାସେ ଥିବା ବେଳେ ରାୟଗଡ଼ାରେ ଆଜି ବାଲଟ ପେପର ଆସି ପହଞ୍ଚିଛି। କଟକ ସରକାରୀ ପ୍ରେସରେ ମୁଦ୍ରିତ ହୋଇ ଆସିଥିବା ୮ଲକ୍ଷ ୧୬ ହଜାର ୨୦୦ ବାଲାଟ ରାୟଗଡାରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା କୋଷାଗାରର ତିନୋଟି କୋଠରୀରେ ରଖାଯାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ଋଷି ମାଉକା ସୂଚନା ଦେଇଛନ୍ତି। ଜିଲ୍ଲାରେ ୧୧ଟି ବ୍ଲକର ୨୨ ଜିଲ୍ଲା ପରିଷଦ ଜୋନ୍‌, ୧୮୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୨୨୦୨ ୱାର୍ଡରେ ନିର୍ବାଚନ ହେବ। ଏହି ନିର୍ବାଚନରେ ୫ଲକ୍ଷ ୬୨ହଜାର ୫୩୪ ଭୋଟର ମତଦାନ କରିବେ ବୋଲି ଜଣାପଡିଛି।
 

image