23 October 2017
12:25:56 AM
Sambad News
ରାୟଗଡ଼ା

ବଂଶଧାରାରେ କାଠ ପୋଲ ବଦଳରେ ହ୍ୟୁମ୍‌ ପାଇପ୍‌ ପକାଗଲା

By Sambad | Date: Dec 31 2016 10:52AM
ବଂଶଧାରାରେ କାଠ ପୋଲ ବଦଳରେ ହ୍ୟୁମ୍‌ ପାଇପ୍‌ ପକାଗଲା

ଗୁଡାରୀ: ରାୟଗଡା ଜିଲ୍ଲାର ଗୁଡାରୀ-ବାଇନାଗୁଡା ବଂଶଧାରା ନଦୀ ଉପରେ ଚଳିତ ବର୍ଷ କାଠ ପୋଲ ପରିବର୍ତେ ହ୍ୟୁମ ପାଇପ୍‌ ଦ୍ୱାରା ରାସ୍ତା ନିର୍ମାଣ କରାଯାଉଛି। ପ୍ରତିବର୍ଷ ଗୁଡାରୀ ବଂଶଧାରା ନଦୀରେ ଯାନବାହନ ଚଳାଚଳ ନିମନ୍ତେ କାଠ ପୋଲ ନିର୍ମାଣ କରାଯାଉଥିଲା। ଏହି ପୋଲ ଦେଇ ଅଞ୍ଚଳବାସୀ ଜାନୁୟାରୀରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଯାତାୟତ କରୁଥିଲେ। ତେବେ କାଠ ଅଭାବ ଯୋଗୁଁ ଚଳିତ ବର୍ଷ ହ୍ୟୁମ୍‌ ପାଇପ୍‌ ବିଛାଇ ରାସ୍ତା ନିର୍ମାଣ କରାଯାଉଥିବା ସୂଚନା ମିଳିଛି।

ତେବେ ୩ଶହ ମିଟର ଦୈଘ୍ୟ ବିଶିଷ୍ଟ ଏହି ନଦୀ ଉପରେ ୫୦ଟି ପାଇପ୍‌ ଆବଶ୍ୟକ ଥିବା ବେଳେ ମାତ୍ର ୧୪ଟି ପାଇପ୍‌ ବିଛାଯାଇଥିବାରୁ ଏଠାରେ ବହୁ ମାତ୍ରାରେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷା ହେବା ମାତ୍ରେ କରାନାଳ ଓ ନଦୀ ଜଳରେ ରାସ୍ତା ଧୋଇ ହୋଇଯିବା ସୁନିଶ୍ଚିତ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି। ୪ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ଆଗାମୀ ଦିନରେ ବଂଶଧାରା ନଦୀରେ ଭାସିଯିବା ଆଶଙ୍କା ରହିଥିବାରୁ ଅଧିକ ହ୍ୟୁମ୍‌ ପାଇପ୍‌ ଦ୍ୱାରା ଏହି ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
 

image