17 October 2017
10:11:49 PM
Sambad News
ପୁରୀ

ଚନ୍ଦନ ବେହେରା ହତ୍ୟାକାଣ୍ଡ ଘଟଣାରେ ୪ ଗିରଫ

By Sambad | Date: Jan 11 2017 1:50PM
ଚନ୍ଦନ ବେହେରା ହତ୍ୟାକାଣ୍ଡ ଘଟଣାରେ ୪ ଗିରଫ

ପୁରୀ:ଆଇନଜୀବୀ ତଥା ପୁରୀ ସାଇ କୁଟୀର ହୋଟେଲର ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ମୋଟର ସାଇକେଲକୁ ପୁଲିସ ଜବତ କରିଛି।
 ପୁରୀ ଏସପି ସାର୍ଥକ ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ବେହେରାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ  ଥିବା ଅଭିଯୋଗରେ ଛପନ ଛକ ଅଞ୍ଚଳର ପ୍ରଦୀପ ଦାସ, ରେଡ୍‌କ୍ରସ ରୋଡ୍‌ର ଜଗା ଭଟ୍ଟ,  ମଣିମହାସୁଆର ବଗିଚାର ଲିଟୁ ଦାସ ଓ କପିଳ ଭୋଇଙ୍କୁ  ଗିରଫ କରାଯାଇଛି। ଜମିଜମା ବିବାଦ ଓ ଗାଳିଗୁଲଜ ଘଟଣାକୁ କେନ୍ଦ୍ର କରି  ଶ୍ରୀ ବେହେରାଙ୍କୁ ହତ୍ୟା କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

image