20 October 2017
8:57:54 AM
Sambad News
ପୁରୀ

ପୋଖରୀରୁ ଦୁଇ ବୃଦ୍ଧଙ୍କ ଶବ ଉଦ୍ଧାର

By Sambad | Date: Jan 12 2017 2:04AM
ପୋଖରୀରୁ ଦୁଇ ବୃଦ୍ଧଙ୍କ ଶବ ଉଦ୍ଧାର

ପୁରୀ : ଆଜି ଦମକଳ ବାହିନୀ ଟାଉନ ଥାନା ଅନ୍ତର୍ଗତ ବାଲିସାହିସ୍ଥିତ ଶେ୍ଵତଗଙ୍ଗା ପୁଷ୍କରିଣୀରୁ ଜନୈକ ବୃଦ୍ଧଙ୍କ ଶବକୁ ଉଦ୍ଧାର କରିଥିବା ବେଳେ ଚନ୍ଦନପୁର ଥାନା ପୁଲିସ ପ୍ରତାପ ପୁରୁଷୋତ୍ତମପୁର ଗ୍ରାମ ପୋଖରୀରୁ ଅନ୍ୟ ଜଣେ ବୃଦ୍ଧଙ୍କ ଶବକୁ ଜବତ କରିଛି। ଖବର ପାଇ ଟାଉନ ଥାନା ପୁଲିସ ଓ ଚନ୍ଦନପୁର ଥାନା ପୁଲିସ ଏହି ଦୁଇଟି ଶବକୁ ଜବତ କରି ଅପମୃତ୍ୟୁ ମାମଲା ସହ  ବ୍ୟବଚ୍ଛେଦ କରାଇଛି। ଆଜି ପୂର୍ବାହ୍ନରେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ବାଲିସାହି ନିବାସୀ ଅଶୋକ ପଢ଼ିଆରୀ(୫୫)ଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଦମକଳ ବାହିନୀର ଆଗ୍ନିକମାନେ ଘଟଣା ପହଞ୍ଚି ଅଶୋକଙ୍କ ଶବକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ। ସେହିପରି ଚନ୍ଦନପୁର କୁରୁଣ୍ଟି ନିବାସୀ ଧଣ୍ଡୁ ପଣ୍ଡା(୬୫) ଗତ ରାତିରେ ପ୍ରତାପ ପୁରୁଷୋତ୍ତମପୁରସ୍ଥିତ ଏକ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ। 

image