21 November 2017
12:39:52 AM
Sambad News
ପୁରୀ

ଅଲାରନାଥଙ୍କ ପାଇଁ ଆସିଲା ପଞ୍ଚତୀର୍ଥ ଜଳ

By Sambad | Date: Jan 12 2017 1:51AM
ଅଲାରନାଥଙ୍କ ପାଇଁ ଆସିଲା ପଞ୍ଚତୀର୍ଥ ଜଳ

ବ୍ରହ୍ମଗିରି : ଆସନ୍ତାକାଲି ଅଲାରନାଥଙ୍କ ପୁଷ୍ୟାଭିକ ନୀତି ବଢ଼ିବ । ସେଥିପାଇଁ ଆଜି ଦ୍ୱିପ୍ରହର ଧୂପ ପରେ ୩ଟି ଦଳ ତ୍ରିବେଣୀ, ମହୋଦଧି, ଓ ଅର୍ଜୁନଙ୍କ ସରରୁ ଜଳ ସଂଗ୍ରହ କରିଛନ୍ତି । ସମସ୍ତ ତୀର୍ଥ ଜଳ ଆସି ମୁଖ୍ୟ ମନ୍ଦିରର ଜଗମୋହନରେ ରଖାଯାଇଛି । ଆସନ୍ତା କାଲି ହୋମ ନୀତି ବଢ଼ିବା ପରେ ୧୦୮ କୁମ୍ଭରେ ମନ୍ତ୍ର ପୁତ ତୀର୍ଥ ଜଳରେ ଶ୍ରୀ ଜୀଉଙ୍କ ସ୍ନାନ କରାଯିବା ସହ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହା ସହ ଆଜି ଶ୍ରୀ ଜୀଉଙ୍କର ପହଡ଼ ନୀତି ହେବ ନାହିଁ ବୋଲିି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି ।

image