19 October 2017
5:25:11 AM
Sambad News
ପୁରୀ

ବାଟମଙ୍ଗଳା ମନ୍ଦିରରୁ ଉଦ୍ଧାର ହେଲା ହରିଣ

By Sambad | Date: Jan 12 2017 12:06AM
ବାଟମଙ୍ଗଳା ମନ୍ଦିରରୁ ଉଦ୍ଧାର ହେଲା ହରିଣ

ଭୁବନେଶ୍ୱର : ପୁରୀ ଜିଲ୍ଲା ବାଟମଙ୍ଗଳା ମନ୍ଦିରରେ ଥିବା ବନ୍ଦୀ ଅବସ୍ଥାରେ ଥିବା ଏକ ହରିଣକୁ ଆଜି ପୁରୀ ବନ୍ୟ ଅଧିକାରୀ ଉଦ୍ଧାର କରିଛନ୍ତି। ହରିଣକୁ ଉଦ୍ଧାର କରାଯାଇ ପୁରୀସ୍ଥିତ ଉଦ୍ଧାର କେନ୍ଦ୍ରରେ ରଖାଯାଇଛି। କିଛିଦିନ ନିରୀକ୍ଷଣରେ ରହିବା ପରେ ହରିଣକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜଣାପଡ଼ିଛି। 
 
ବାଟମଙ୍ଗଳା ମନ୍ଦିରରେ ଦୀର୍ଘ ଦିନ ଧରି ଏକ ହରିଣ ବନ୍ଦୀ ହୋଇ ରହିଥିଲା। ତେଣୁ ହରିଣଟିକୁ ଏଠାରୁ ମୁକ୍ତ କରିବା ପାଇଁ ପିଫୁଲ୍‌ସ ଫର ଆନିମଲର ସଂପାଦକ ଅମୂଲ୍ୟ ନାୟକ ଭୁବନେଶ୍ୱର ପିସିସିଏଫ୍‌ଙ୍କୁ ଚିଠି ଲେଖିଥିଲେ। ଏହାସହ ପିଏଫ୍‌ଏର ଅଧ୍ୟକ୍ଷା ମାନେକା ଗାନ୍ଧୀଙ୍କୁ ମଧ୍ୟ ସେ ଏ ସଂପର୍କରେ ସୂଚନା ଦେଇଥିଲେ। ଆଜି ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର ଅଧିକାରୀ ମହଲରେ ତତ୍ପରତା ପ୍ରକାଶ ପାଇଥିଲା। 
 
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଫରେଷ୍ଟ ରେଞ୍ଜ ଅଧିକାରୀ ସି.ଆର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ବାଟମଙ୍ଗଳା ମନ୍ଦିରରେ ପହଞ୍ଚିଥିଲା। ମନ୍ଦିର ପରିସରରେ ଥିବା ହରିଣକୁ ଉଦ୍ଧାର କରି ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା। କିଛିଦିନ ଧରି ହରିଣଟି ଜଙ୍ଗଲ ବାହାରେ ରହିଥିବାରୁ ଏହାକୁ ସଙ୍ଗେ ସଙ୍ଗେ ଜଙ୍ଗଲକୁ ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଜଙ୍ଗଲ ପରିବେଶ ସହିତ ଖାପ ଖୁଆଇବା ଭଳି ଉଦ୍ଧାର କେନ୍ଦ୍ରରେ ହରିଣକୁ ଏବେ ରଖାଯାଇଛି। କିଛିଦିନ ପରେ ହରିଣକୁ ଜଙ୍ଗଲକୁ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି।

image