18 November 2017
12:48:48 AM
Sambad News
ରାଜ୍ୟ

ପ୍ରତାପ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

By Sambad | Date: May 19 2017 1:18AM
ପ୍ରତାପ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ପ୍ରତାପ ଦେବ  ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ନିର୍ଧାରିତ ସମୟ ଅର୍ଥାତ୍‌ ଅପରାହ୍ନ ୩ଟା ପରେ ରିଟର୍ଣ୍ଣିଂ ଅଫିସର ତଥା ବିଧାନସଭା ସଚିବ ଏହି ଘୋଷଣା କରିଛନ୍ତି। ଶ୍ରୀ ଦେବ ଜୁଲାଇ ୨୦୨୨ ଯାଏ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିବେ। ଗତ ୧୫ ତାରିଖ ଦିନ ଶ୍ରୀ ଦେବ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

 
ବିଜେଡି ନେତା ବିଷ୍ଣୁ ଦାସ ମାତ୍ର ୯ମାସ ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଥିଲା। ଶ୍ରୀ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। 
  
ଉଲ୍ଲେଖଯୋଗ୍ୟ, ଶ୍ରୀ ଦେବ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିି ନିର୍ବାଚନମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୨ ଶେଷ ଭାଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବୈଷୟିକ ଶିକ୍ଷା ତଥା ତାଲିମ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।  ମାତ୍ର ୨୦୧୪ ନିର୍ବାଚନରେ କଂଗ୍ରେସର ଦେବେନ୍ଦ୍ର ଶର୍ମା ତାଙ୍କୁ ପରାଜିତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇଥିଲେ।
 
ଶ୍ରୀ ଦେବ ରାଜ୍ୟସଭାକୁ ଯିିବା ପରେ ବିିଜେଡି ଆଗାମୀ ନିର୍ବାଚନରେ ଆଳି ବିିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରିିବ? ତାହାକୁ ନେଇ ବି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟସଭାକୁ ପଠାଇଥିଲା।

image