24 November 2017
5:14:06 AM
Sambad News
ରାଜନୀତି

ବହୁ ଆଶାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ

ସରକାରଙ୍କ ଭୁଲ୍‌ ପାଇଁ ମିଳୁନାହିଁ ଜାତିଗତ ପ୍ରମାଣପତ୍ର

By Sambad | Date: Jan 12 2017 5:54AM
ବହୁ ଆଶାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ
Photo by : nagpurtoday.in

ଖଣ୍ଡପଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ  ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିଲେ ମଧ୍ୟ  ସଂରକ୍ଷିତ ଆସନ ପାଇଁ  ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା  କରିବାକୁ  ଆଶାୟୀ ଥିବା ପ୍ରାର୍ଥୀମାନଙ୍କୁ ଜାତିଗତ  ପ୍ରମାଣପତ୍ର  ମିଳୁନାହିଁ। ଫଳରେ ଅନେକ ଆଶାୟୀ ପ୍ରାର୍ଥିପତ୍ର ଦାଖଲ  କରିପାରୁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ  ତହସିଲ୍‍  ଅଧିନରେ ଜାତି, ଆୟ  ଓ  ସ୍ଥାୟୀ  ବାସିନ୍ଦା  ପ୍ରମାଣପତ୍ର  ପାଇବା  ପାଇଁ  ସହଜ  ସେବାକେନ୍ଦ୍ର  ମାଧ୍ୟମରେ ଘରବାରି  ଜମି  ପଟ୍ଟା ଦର୍ଶାଇ  ଇ-ସାର୍ଟିଫିକେଟ୍‍  ପ୍ରଦାନ  କରାଯାଉଛି ଏବଂ ଆଗକୁ  ପଞ୍ଚାୟତ  ନିର୍ବାଚନ  ଥିବାରୁ  ପ୍ରମାଣପତ୍ର  ଦେବା  ପାଇଁ  ସ୍ୱତନ୍ତ୍ର  ବ୍ୟବସ୍ଥା  ଗ୍ରହଣ  କରାଯାଇଛି । 
 
କିନ୍ତୁ  ରାଜ୍ୟ  ସରକାରଙ୍କ  ପକ୍ଷରୁ  ଖୋଲାଯାଇଥିବା  ଓ୍ଵବ୍‍ସାଇଟ୍‍ରେ  ବିଭିନ୍ନ  ବର୍ଗର  ଲୋକଙ୍କ  ଜାତି  ନେଇ  ଘରବାରିରେ ଲେଖା ହୋଇଥିବା  ତଥ୍ୟ ସହ  ତାଳମେଳ ମିଳୁନଥିବାରୁ  ଏବଂ ଘରବାରି  ପଟ୍ଟାରେ  ଶବ୍ଦଜନିତ  ତୃଟି  ଯୋଗୁଁ  ଠିକ୍‍ରେ  ତଥ୍ୟ  ଉପଲବ୍‍ଧ  ନଥିବାରୁ  ପ୍ରାର୍ଥୀମାନେ  ନିର୍ବାଚନରେ  ପ୍ରତିଦ୍ଵନ୍ଦ୍ୱିତା କରିବାରୁ  ବଞ୍ଚିତ ହେବାକୁ ଯାଉଥିବା ଜଣାପଡ଼ିଛି। ଅଧିକାଂଶ  ପ୍ରାର୍ଥୀଙ୍କ  ଘରବାରି  ପଟ୍ଟାରେ  ବାଘେଟି  ପରିବର୍ତ୍ତେ  ବାଗେଟି, ମେହନ୍ତର  ପରିବର୍ତ୍ତେ  ମେହତର, ଦେଶୁଆକନ୍ଧ  ପରିବର୍ତ୍ତେ ଦେଶିଆକନ୍ଧ, ଶବର, ତିଅର, ସହର ପରିବର୍ତେ ସଅର, ମହାଲାୟକ ପରିବର୍ତ୍ତେ ମହାଲାଏକ, ବଢାଇ ପରିବର୍ତ୍ତେ  ବଢେଇ  ରହିଛି।  
 
ଫଳରେ ଏ   ସମ୍ପର୍କରେ  ଓ୍ଵବ୍‍ସାଇଟ୍‍ରେ  କୌଣସି  ତଥ୍ୟ  ନଥିବାରୁ  ଆଶାୟୀ  ପ୍ରାର୍ଥୀମାନେ  ଜାତିଗତ ପ୍ରମାଣପତ୍ର  ପାଇଁ  ଆବେଦନ କରିପାରୁନାହାନ୍ତି। ଏପରିକି ପାଞ୍ଚଗଡ଼ିଆ ଓଡ଼, ଶୁଦ୍ର ଖଣ୍ଡାୟତବର୍ଗର  ଲୋକମାନେ  ମଧ୍ୟ  ସେମାନଙ୍କ ଜାତି ନେଇ  ସରକାରୀ ଓ୍ଵବ୍‍ସାଇଟ୍‍ରେ  କୌଣସି  ତଥ୍ୟ  ନ ଥିବାରୁ  ଜାତିଗତ  ପ୍ରମାଣ  ପତ୍ର ପାଇବାରୁ  ବଞ୍ଚତ  ହୋଇ  ରହିଛନ୍ତି ।  ଏ ସମ୍ପର୍କରେ  ତହସିଲ୍‍  ଓ ଜିଲ୍ଳା  ପ୍ରଶାସନ  ନିର୍ବାଚନର  ବହୁ  ପୂର୍ବରୁ  ସରକାରଙ୍କ  ଦୃଷ୍ଟି  ଆକର୍ଷଣ  କରିଥିଲେ  ମଧ୍ୟ କୌଣସି ପଦକ୍ଷେପ  ନିଆଯାଇ ନାହିଁ। ପାରିନଥିବା ସୂଚନା ମିଳିଛି ।

image