23 October 2017
12:43:10 AM
Sambad News
ନୂଆପଡ଼ା

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

By Sambad | Date: Jan 1 2017 10:19PM
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଖଡ଼ିଆଳ : ଭାଲୁ ଆକ୍ରମଣରେ ସିନାପାଲି ବ୍ଲକ୍‌ ରାଣୀମୁଣ୍ଡା ଗାଁର ବୁଧୁରାମ ଘିଭେଲା (୬୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶ୍ରୀ ଘିଭେଲା ଗାଈ ଚରାଇବାକୁ ଚାଷ ଜମିକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ସମ୍ମୁଖ ପଟୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ଦୁଇ ଗୋଡ଼ରେ ଜୋରରେ ଆଘାତ ଲାଗିଛି। ବୁଧୁରାମ ଜୀବନ ବିଳକରେ ପାଖରେ ଥିବା ଗଛକୁ ଚଢ଼ି ଯିବାରୁ ଭାଲୁଟି ସେଠାରୁ ଚାଲି ଯାଇଥିଲା। ତାଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

image