21 November 2017
9:15:07 PM
Sambad News
ନୂଆପଡ଼ା

ଏଥର ଅଧ୍ୟକ୍ଷ କିଏ?

୩ ଥର ବିଜେଡି, ଥରେ ବିଜେପି:ନୂଆପଡ଼ା ଜିଲ୍ଲା ପରିଷଦ ନିର୍ବାଚନ

By Sambad | Date: Jan 10 2017 7:11AM
ଏଥର ଅଧ୍ୟକ୍ଷ କିଏ?

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ୧୯୯୭ ମସିହାଠାରୁ ଜିଲ୍ଲା ପରିଷଦ ନିର୍ବାଚନ ଆରମ୍ଭ ହୋଇଛି। ପ୍ରଥମ ନିର୍ବାଚନରେ ଜାତୀୟ ଦଳ ଭାବେ ଜନତା ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିଲା। ଏହା ପରେ ୨୦୦୭ ଓ ୨୦୧୨ରେ ବିଜେଡି ଉକ୍ତ ଆସନ ଅକ୍ତିଆର କରିଥିଲା। ୨୦୦୨ରେ ବିଜେପି ଜିଲ୍ଲା ପରିଷଦ ଆସନ ହାତେଇଥିଲା। ହେଲେ କଂଗ୍ରେସ ଏହି ସୁଯୋଗରୁ ବଂଚିତ ରହିଛି।
 

୧୯୯୭ ମସିହା ନିର୍ବାଚନରେ ଜନତା ଦଳ ୭୭୦୯୨ଟି ଭୋଟ ପାଇଥିଲା। ୨୦୦୨ରେ ୪୨୦୯୨ ଭୋଟ ପାଇ ପରାସ୍ତ ହୋଇଥିଲା। ୨୦୦୭ରେ ୧୦୭୦୦୨ ଓ ୨୦୧୨ରେ ୧୧୭୫୩୫ଟି ଭୋଟ ପାଇ ବିଜୟୀ ହୋଇଥିଲା। ଅନ୍ୟପକ୍ଷେ ବିଜେପି କ୍ରମାଗତ ଭାବେ ଭୋଟ ସଂଖ୍ୟାରେ ବୃଦ୍ଧି ପାଇଥିଲା। ୧୯୯୭ରେ ଏହି ଦଳ ୫୮୩୮୪, ୨୦୦୨ରେ ୯୭୫୩୬, ୨୦୦୨ରେ ୬୫୦୮୨ ଓ ୨୦୧୨ରେ ୯୭୪୬୨ଟି ଭୋଟ ପାଇଥିଲା। ଅନ୍ୟପକ୍ଷେ କଂଗ୍ରେସର ଭୋଟହାର କ୍ରମାଗତ ଭାବେ କମିବାରେ ଲାଗିଛି। ୧୯୯୭ରେ ୬୧୦୮୭, ୨୦୦୨ରେ ୫୪୭୮୪, ୨୦୦୭ରେ ୬୧୩୪୮ ଓ ୨୦୧୨ରେ ୪୫୦୫୭ ଭୋଟ ପାଇଥିଲା।

କେବଳ ଜିଲ୍ଲା ପରିଷଦ ଆସନ ନୁହେଁ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଜାତୀୟ ଦଳର ଭୋଟ କମିଛି। ଚଳିତ ବର୍ଷ ଧାନ ଅଭାବୀ ବିକ୍ରି, ଦରଦାମ ବୃଦ୍ଧ ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ବିମୁଦ୍ରାୟନ ବିଜେପି ପାଇଁ ମଧ୍ୟ ଘାତକ ହୋଇପାରେ। ଏସବୁ ସ୍ଥିତିକୁ ଦୃଷ୍ଟି ରଖି ଚଳିତ ବର୍ଷ କଂଗ୍ରେସ ବିଜୟ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ହେଲେ ବିଜେଡି ଓ ବିଜେପି ସହଜରେ ବାଟ ଛାଡ଼ି ଦେବା ନଜରକୁ ଆସୁନାହିଁ। ତଥାପି ଏହି ୩ ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂଘର୍ଷ ଜାରି ରଖିଛନ୍ତି।

image