23 October 2017
12:29:30 AM
Sambad News
ରାଜ୍ୟ

ବୋଡ଼େନ ବିଡିଓଙ୍କୁ ମାଡ଼ ଘଟଣା : ଗିରଫ ପ୍ରତିବାଦରେ ଥାନା ଘେରାଉ

By Sambad | Date: Dec 21 2016 2:18AM
ବୋଡ଼େନ ବିଡିଓଙ୍କୁ ମାଡ଼ ଘଟଣା : ଗିରଫ ପ୍ରତିବାଦରେ ଥାନା ଘେରାଉ

ବୋଡ଼େନ : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ପଞ୍ଚାୟତ ଅଫିସ ସ୍ଥାନାନ୍ତରକୁ ବିରୋଧ କରି ବୁଢୀପଦରବାସୀ ପଞ୍ଚାୟତ ଅଫିସ ଆଗରେ ଧାରଣା ଦେବା ପରେ ସୋମବାର ସକାଳେ ଶତାଧିକ ଗ୍ରାମବାସୀ ବୋଡ଼େନ ବିଡିଓ ଭାଗୀରଥି ମଲ୍ଳିକଙ୍କୁ ଆକ୍ରମଣ କରିବା ସହ ଅଫିସରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ  ପୁଲିସ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପ୍ରତିବାଦରେ ବୁଢ଼ୀପଦରବାସୀ ଥାନା ଘେରାଉ କରିଥିବା ବେଳେ ବିଡିଓଙ୍କୁ ମାଡ଼ ପ୍ରତିବାଦରେ ଫରସରାବାସୀ ରାଲି ବାହାର କରିଥିଲେ। ସେହିପରି ବିଡିଓଙ୍କ ସମର୍ଥନରେ ବ୍ଳକ୍‌ ଓ ତହସିଲ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବୋଡ଼େନରେ ଚାପା ଉତ୍ତେଜନା ଲାଗି ରହିଛି। ବିଡିଓଙ୍କ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ଆଶଙ୍କାରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

image