21 November 2017
12:38:48 AM
Sambad News
ରାଜନୀତି

ବିଜେପିର ମଶାଲ ଶୋଭାଯାତ୍ରା

By Sambad | Date: Jan 12 2017 2:33AM
ବିଜେପିର ମଶାଲ ଶୋଭାଯାତ୍ରା

ନୟାଗଡ଼ : ବିଜେଡିର ଅନ୍ଧାରୀ ଶାସନ ବିରୋଧରେ ଆଜି ସଂଧ୍ୟାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବମୋର୍ଚ୍ଚାର କର୍ମକର୍ତା ମଶାଲ ଧରି ବିଜେପି ପାର୍ଟି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପୂର୍ତ ବିଭାଗ ଡାକବଙ୍ଗଳାଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସିଧାର୍ଥ ଶେଖର ସିଂହ, ଯୁବମୋର୍ଚ୍ଚା ସଂପାଦକ ନିଗମାନନ୍ଦ ଦାସ, ନଗର ସଭାପତିଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ।

image