24 November 2017
5:26:56 AM
Sambad News
ନୟାଗଡ଼

ଭଣ୍ଡାର ମହୋତ୍ସବ: ମନ ମୋହିଲା ଘୁମୁରା

By Sambad | Date: Jan 9 2017 1:52AM
ଭଣ୍ଡାର ମହୋତ୍ସବ: ମନ ମୋହିଲା ଘୁମୁରା

ଶରଣକୁଳ : ଶରଣକୁଳ ଲଡ଼ୁବାବାଙ୍କ ଯାତ୍ରାପଡ଼ିଆରେ ଚାଲିଥିବା ଭଣ୍ଡାର ମହୋତ୍ସବ-୨୦୧୭ର ତୃତୀୟ ସନ୍ଧ୍ୟାରେ କଳାହାଣ୍ଡିର ଘୁମୁରା ନୃତ୍ୟ ଓ ଚଳଚ୍ଚିତ୍ର ଅଭିନେତାଙ୍କ ସଂଳାପରେ ଦର୍ଶକମାନେ ବିଭୋର ହୋଇଥିଲେ। ଏଥିରେ ଉପଜିଲ୍ଲାପାଳ ଦିଲୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ନାରାୟଣ ନାୟକ(ଏସ୍‌ଜିପିଓ, ବଲାଙ୍ଗୀର) ଯୋଗ ଦେଇ ଗ୍ରାମାଞ୍ଚଳ କଳାର ବିକାଶ ପାଇଁ ମହୋତ୍ସବ ହେଉଛି ପ୍ରକୃଷ୍ଟ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ। 
 
ବେତାର ଓ ଦୂରଦର୍ଶନ ତଥା ଚଳଚ୍ଚିତ୍ର ଅଭିନେତା ସନ୍ତୋଷ ନାୟକ, ମାନସ ମିଶ୍ରଙ୍କ ସଂଳାପ ଦର୍ଶକଙ୍କୁ ଭରପୂର ଆନନ୍ଦ ଦେଇଥିଲା। ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଓ ସୁଶ୍ରୀ ଶୈଳଜା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶରଣକୁଳ ଏବଂ ଓଡ଼ଗାଁ ବ୍ଲକ୍‌ ଅଞ୍ଚଳର ବହୁ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଚିତାକର୍ଷକ ସମ୍ବଲପୁରୀ, ଗୁଜୁରାଟି, ଆସାମୀ, ବଙ୍ଗଳା ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନ ଜିଣି ପାରିଥିଲେ। ମହୋତ୍ସବ କମିଟିର ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓ ସଂପାଦକ ବିକ୍ରମ ଦାଶ ସଭାମଞ୍ଚ ପରିଚାଳନା କରିଥିଲେ।

image