21 November 2017
12:35:35 AM
Sambad News
ନବରଙ୍ଗପୁର

ଲକ୍ଷ୍ମୀ ଟ୍ରେଡର୍ସ ଗୋଦାମରେ ଅଗ୍ନିକାଣ୍ଡ

୪୦ଲକ୍ଷ ଟଙ୍କାର ସଂପତ୍ତି ପାଉଁଶ

By Sambad | Date: Jan 5 2017 10:36AM
ଲକ୍ଷ୍ମୀ ଟ୍ରେଡର୍ସ ଗୋଦାମରେ ଅଗ୍ନିକାଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ସହରର ଭାଟିଶାଳଗୁଡା ସ୍ଥିତ ଲକ୍ଷ୍ମୀ ଟ୍ରେଡର୍ସର ଗୋଦାମ ଓ ଫେବ୍ରିକେସନ୍‌ ୟୁନିଟରେ ବିଦ୍ୟୁତ ସଟ୍‌ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ସାଢ଼େ ୭ଟା ବେଳେ ନିଆଁ ଲାଗିଥିବା ବେଳେ ଲୁହା ଆଲମାରି, ଫ୍ରିଜ, ଓ୍ଵାସିଂ ମେସିନ୍‌, ଏସି, ବିଭିନ୍ନ ଆସବାବପତ୍ର ସହ ଫେବ୍ରିକେସନ୍‌ ୟୁନିଟ୍‌ ସଂପୂର୍ଣ୍ଣ ପୋଡି ଯାଇଥିଲା। ପ୍ରାୟ ୪୦ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଗୋଦମ ଘର ବନ୍ଦ ରହିଥିବା ବେଳେ ସେଥିରୁ ଧୂଆଁ ବହାରୁଥିବା ପ୍ରଥମେ ମାଲିକ ପି.ଏଲ୍‌ ମୂର୍ତ୍ତି ଦେଖିଥିଲେ। ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ତିନୋଟି ଗାଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା।

କିନ୍ତୁ ଉପର ମହଲାରେ ଲାଗିଥିବା ନିଆଁ ସେତେବେଳକୁ ତଳ ମହଲକୁ ବି ବ୍ୟାପୀ ଯାଇଥିଲା। ଡିଆରଡିଏ କନଫେରନସ୍‌ ହଲ୍‌ ପାଇଁ ତିଆରି ହୋଇଥିବା ସାଢ଼େ ୪ଲକ୍ଷ ଟଙ୍କାର ଟେବୁଲ ଓ ଚୌକି ମଧ୍ୟ ପୋଡି ଯାଇଥିବା ଶ୍ରୀ ମୂର୍ତ୍ତି କହିଛନ୍ତି। ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ୩ଟି ଗାଡିରେ ପାଣି ଧରି ପହଚିଂଥିଲେ ହେଁ ସେତିକି ପାଣି ଅଣ୍ଟି ନଥିଲା। ତେଣୁ ଗୋରାମୁଣ୍ଡା ପୋଖରୀ ପଯ୍ୟର୍ନ୍ତ ପାଇପ ବିଛାଇ ସେଠାରୁ ପାଣି ଅଣାଯିବା ସହ ପାପଡାହାଣ୍ଡିରୁ ବି ଅଗ୍ନିଶମ ବିଭାଗ ଗାଡି ଓ କର୍ମଚାରୀ ଆସି ନିଆଁ ଲିଭାଇଥିଲେ। ସାହି ବାସିନ୍ଦା ଓ ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ୫ଘଣ୍ଟା ଧରି ପାଣି ପକାଇବା ପରେ ନିଆଁ ଲଭିଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ଯେଭଳି ସାହସ ଦେଖାଇ ନିଆଁ ଲିଭାଇଲେ ତାହାକୁ ସାଧାରଣରେ ସବୁ ସ୍ୱାଗତ କରାଯାଇଛି। ଏହି ଘଟଣା ସହରରେ ପ୍ରଚାର ହେବା ପରେ ଦେଖିବା ପାଇଁ ଭିଡ ହୋଇଥିଲା। କିଛି ଯୁବକ ଏହି ସୁଯୋଗକୁ ହାତଛଡା ନକରି ସେଲଫି ମଧ୍ୟ ନେଉଥିବା ଦେଖିବାକୁ ମିିଳିଥିଲା। ତେବେ ଘଟଣାଟି ସକାଳୁ ହୋଇଥିବାରୁ ବଡ ଅଘଟଣରୁ ବହୁ କର୍ମଚାରୀ ଓ ଶ୍ରମିକ ବର୍ତ୍ତି ଯାଇଥିଲେ।
 

image