18 October 2017
11:51:33 PM
Sambad News
ନବରଙ୍ଗପୁର

ନବନିର୍ମାଣ କୃଷକ ସଂଘ ପକ୍ଷରୁ ଗଣ ଉପବାସ

By Sambad | Date: Jan 4 2017 7:56AM
ନବନିର୍ମାଣ କୃଷକ ସଂଘ ପକ୍ଷରୁ ଗଣ ଉପବାସ

ନବରଙ୍ଗପୁର,: ଗତ ୧୪ତାରିଖ ଦିନ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଓ ସଭ୍ୟଙ୍କୁ ଅତ୍ୟନ୍ତ ବର୍ବରତା ସହ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମାଡ ମାରିବା ଏବଂ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା ପୁଲିସ। ଏହାକୁ ବିରୋଧ କରି ସଂଘ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାରେ ଗଣ ଉପବାସ କରିବାକୁ ଆହ୍ଵନ ଦିଆଯାଇଥିଲା। ଏହାକୁ ସମର୍ଥନ କରି ନବରଙ୍ଗପୁର ଜିଲ୍ଲା ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଘଣ୍ଟାଏ କାଳ ଗଣଉପବାସ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସେନ୍‌ ନମିଳିବା ପଯ୍ୟର୍ନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚାଷୀ ମାନେ କହିଛନ୍ତି। ରାଜ୍ୟପାଳ ଏଦିଗରେ ଦୃଷ୍ଟିଦେଇ ଚାଷୀଙ୍କ ଦାବି ପୂରଣ କରନ୍ତୁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଚାଷୀ ମାରଣ ନୀତି ସରକାର ବନ୍ଦ କରନ୍ତୁ, ଚାଷୀଙ୍କ କଣ୍ଠରୋଧ କରିବାର ପ୍ରୟାସ ଆଗାମୀ ଦିନରେ ଶାସକ ବିଜେଡି ଓ ବିଜେଡିର ଚାଟୁକାର ପୁଲିସକୁ ଭୋଗିବାକୁ ପଡିବ ବୋଲି ଏହି ଚାଷୀ ନେତା ମାନେ କହିଛନ୍ତି। ଆଜିକାର ଗଣଉପବାସରେ ଚାଷୀ ଲୋକନାଥ ପାଳ, ସର୍ବେଶ୍ୱର ପାତ୍ର, ବୃନ୍ଦା ତ୍ରିପାଠୀ, ବୁଲୁ ମହାପାତ୍ର, ପି ଭେଙ୍କଟ ରାଓ, ଗଦାଧର ତ୍ରିପାଠୀ, ସୀମାଂଚଳ ପଟ୍ଟନାୟକ, ଦିଲ୍ଲୀପ ବେହେରା, ଅଖିଳ ଭତରା, ରାଧା କୃଷ୍ଣ ନାୟକ, ମାନସ କୁମାର ତ୍ରିପାଠୀ, ଦୈତାରୀ ମାଝୀ, ସୁବ୍ରତ କୁମାର ମିଶ୍ର, ଧରମ ସିଂ, ଜାନକୀକାନ୍ତ ବିଷୋୟୀ, ଦାଶରଥି ପଟ୍ଟନାୟକ, ସୁମନ୍ତ ନାୟକ, ଦାମୋଦର ବିଷୋୟୀ, ଟିକି ସାହୁ, ଶ୍ରୀଧର ନାୟକ, ଗୋରା ସେଠିଆ, ଗୋପୀନାଥ ସଉରା, ଦେବୀ ପ୍ରସାଦ ମହାପାତ୍ର, କିଶୋର ଚନ୍ଦ୍ର, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ସୁବାସ କୁମାର ତ୍ରିପାଠୀ, ପ.ଈଶ୍ୱର ରାଓ, ସୁବାସ ପାତ୍ର, ରଂଜିତ କୁମାର ଦାଶ, ମୁନ୍ନା ତ୍ରିପାଠୀ ପ୍ରମୁଖ ଶତାଧିକ ଚାଷୀ ଏଥିରେ ଭାଗ ନେଇଥିଲେ। ଟାଉନ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରିଥିଲେ।

image