18 October 2017
11:53:14 PM
Sambad News
ନବରଙ୍ଗପୁର

ମହିଳାଙ୍କୁ ବାରଣ୍ଡାରେ ଶୁଆଇବା ଘଟଣାର ତଦନ୍ତ

By Sambad | Date: Dec 24 2016 10:38AM
ମହିଳାଙ୍କୁ ବାରଣ୍ଡାରେ ଶୁଆଇବା ଘଟଣାର ତଦନ୍ତ

ନବରଙ୍ଗପୁର/ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ସିଏଚସିରେ ଗତ କିଛିଦିନ ତଳେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାମାନଙ୍କୁ ଚଟାଣରେ ଶୁଆଇବା ଘଟଣାକୁ ନେଇ ସମ୍ବାଦରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।  ଏହାକୁ ନେଇ ଆଜି ଜିଲ୍ଲା ସ୍ୱେଚ୍ଛାସେବୀ ସଂସ୍ଥାର ତଥ୍ୟ ସଂଗ୍ରହକାରୀ ଦଳ ଆସି ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଏଭଳି ଅସ୍ତ୍ରୋପଚାର କିମ୍ବା ସ୍ୱାସ୍ଥ୍ୟସେବାରେ ଏନଜିଓମାନଙ୍କ ସହଯୋଗ ନେବାକୁ ଏମାନେ ସିଏଚସି ଅଧିକାରୀ ଡ.ହରିଶ୍ଚନ୍ଦ୍ର ସିଂଙ୍କୁ ଅନୁରୋଧ କରିଥିଲେ।

  ଏଥିସହ ବିଡିଓ ତାପସ ଭୋଇ ଓ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ସଉରୀଙ୍କ ସହ ସାକ୍ଷାତ କରି ଏସଂପର୍କରେ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲାସଂଘର ସଭାପତି ପରମା ପଣ୍ଡା, ଉପସଭାପତି ମନୋଜ ଧଳ, ସଂପାଦକ ସୁଶାନ୍ତ ଗରଡା, ନବୀନ ସାଧୁ, ସୁନିଲ କୁମାର, ନାଗେଶ୍ୱର ରାଓ, ଗଜେନ୍ଦ୍ର ଦାଶ, ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

image