18 October 2017
11:42:37 PM
Sambad News
ମୟୂରଭଞ୍ଜ

୫୦ ଫୁଟ ତଳକୁ ଖସିଲା ଟ୍ରକ : ଡାଇଭର ମୃତ

By Sambad | Date: Jan 7 2017 10:22PM
୫୦ ଫୁଟ ତଳକୁ ଖସିଲା ଟ୍ରକ : ଡାଇଭର ମୃତ

ବାଙ୍ଗିରିପୋଷି/କଳାବାଡ଼ିଆ : ବାଙ୍ଗିରିପୋଷି ଥାନା ଅଧୀନ ଜାତୀୟ ରାଜପଥ ୪୯ (ମୁମ୍ବାଇ-କଲିକତା) ରାସ୍ତାର ଦ୍ୱାରଶୁଣୀ ଘାଟିରୁ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଖସିପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ (ଡବ୍ଲ୍ୟୁବି ୧୧ ସି ୩୦୪୭)ଟି ରଙ୍ଗଡବା ନେଇ କୋଲକାତା ଯାଉଥିଲାବେଳେ ପଚାଶ ଫୁଟ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭର ମନିପାଲ ପାଲ(୪୨)ଙ୍କର ମୃତ୍ୟୁ ଘଟିଥିଲା। ହେଲପର ଜିତେନ କୁମାର ପାଲ (୨୨) ଆହାତ ହୋଇଛନ୍ତି। ଡ୍ରାଇଭର ମନିପାଲ ପାଲଙ୍କ ଘର ଉତ୍ତରପ୍ରଦେଶର ବରା ଥାନା ଅନ୍ତର୍ଗତ ଆକବରପୁର ଗ୍ରାମରେ। ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୁଲିସ ପହଞ୍ଚି କ୍ରେନ ଦ୍ୱାରା ଶବ ଉଦ୍ଧାର କରିଥିଲେ। ଶବ ବ୍ୟବଛେଦ ପାଇଁ ବାରିପଦା ପଠାଯାଇଛି। ଦ୍ୱାରଶୁଣୀ ଘାଟିରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। 

image