23 October 2017
4:31:30 AM
Sambad News
ମୟୂରଭଞ୍ଜ

ଲାଞ୍ଚୁଆ ଥାନାଧିକାରୀଙ୍କୁ ବର୍ଷେ ଜେଲ୍‌

By Sambad | Date: Jan 7 2017 6:07AM
ଲାଞ୍ଚୁଆ ଥାନାଧିକାରୀଙ୍କୁ ବର୍ଷେ ଜେଲ୍‌
Photo by : community.fansshare.com

ବାରିପଦା : ଆଜି ବାରିପଦା ଭିଜିଲାନ୍‌ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ଲାଞ୍ଚୁଆ ଥାନାଧିକାରୀଙ୍କୁ ବର୍ଷେ ଜେଲ୍‌ ସହିତ ୫ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଅଧିକ ଦୁଇ ମାସ ଜେଲ୍‌ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୨ ମସିହା ନଭେମ୍ବର ମାସ ୨୯ ତାରିଖରେ ତିରିଂ ଥାନାର ଏଏସ୍‌ଆଇ କୈଳାସ ଚନ୍ଦ୍ର ବିଶ୍ୱାଳ (୬୨) ସେହି ଥାନା ଅନ୍ତର୍ଗତ ସୋନାପଶି ଗାଁର ତରଣୀସେନ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ତରଣୀସେନ ମଣ୍ଡଳ ଏକ ଅସଦାଚରଣ ମାମଲାରେ ପୁଲିସଠାରୁ ସାହାଯ୍ୟ ପାଇବା ଆଶାରେ ୮ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍‌ସ ପୁଲିସ ଥାନାଧିକାରୀ କୈଳାସ ବିଶ୍ୱାଳଙ୍କୁ ଗିରଫ କରିଥିଲେ। ଆଜି ଏହି ମାମଲାର ବିଚାର କରି ଜଜ୍‌ ତାରା ପ୍ରସାଦ ରଥ ଅଭିଯୁକ୍ତଙ୍କୁ ବର୍ଷେ ଜେଲ୍‌ ଶୁଣାଣି କରିଛନ୍ତି। 

image