17 October 2017
10:08:48 PM
Sambad News
ରାଜ୍ୟ

୩ ନକ୍ସଲ ଗିରଫ

By Sambad | Date: Jan 7 2017 9:59PM
୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୋଲିସ ୩ ଜଣ ନକ୍ସଲକୁ ଧରିବାରେ ସଫଳତା ହାସଲ କରିଛନ୍ତି । କଟେକଲ୍ୟାଣ ଥାନା ଅଂଚଳରେ ଏହି ତିନି ଜଣ ନକ୍ସଲକୁ କାବୁ କରାଯାଇଥିବା ଦନ୍ତେୱାଡା ଏସପି କମଳଲୋଚନ କଶ୍ୟପ କହିଛନ୍ତି । ଗିରଫ ୩ଜଣ  ହେଲେ ଜନମିଲିସିଆ କମାଣ୍ଡାର ବେଟ୍ଟି ବାରସା ଓରଫ ଫଗନୁ, ଜନତାସରକାର କମିଟି ଅଧ୍ୟକ୍ଷ ମାସା ଓରଫ କୁମା ମାଡବୀ ଓ ପାଣ୍ଡା ଓରଫ ନନ୍ଦା ମାଡବୀ ।
 
ବେଟ୍ଟି ବାରସା ଦୀର୍ଘ ଦିନ ଧରି କଟେକଲ୍ୟାଣ ଅଂଚଳରେ ଜନମିଲିସିଆ କମାଣ୍ଡର ଭାବେ କାମ କରିଆସୁଥିଲା । ଲ୍ୟାଣ୍ଡ ମାଇନ ଲଗାଇବାରେ ବେଟ୍ଟି ମାହିର ଥିଲା । ଗତ ୨୦୧୬ ମସିହା ଏପ୍ରିଲ ୨୦ ତାରିଖ ଦିନ ମାରଜୁମ ଅଂଚଳରେ ପୁଲିସ ପାର୍ଟି ଉପରେ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିଲେ । ସେହିଭଳି ଗତ ଜୁନ ୨୦ ତାରିଖ ଦିନ ମୁନଙ୍ଗା ପାହାଡରେ ପୋଲିସ ସହ ଗୁଳି ବିନିମୟରେ ସାମିଲ ରହିବା ସହ ବୋମା ବିସ୍ଫୋରଣ ମଧ୍ୟ କରିଥିଲା । ଜଗରାସ ଏବଂ ଡମାମ ଅଂଚଳରେ ମଧ୍ୟ ପୋଲିସ ଉପରେ ଆକ୍ରମଣ କରିଥିଲା । ବେଟ୍ଟି ନାମରେ ଛତିଶଗଡ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଅନ୍ୟଦୁଇ ଜଣ ନକ୍ସଲ ମଧ୍ୟ ବହୁ ମାଓ ହିଂସାରେ ଜଡିତ ରହିଥିବା ପୋଲିସ କହିଛି ।

image