18 October 2017
11:46:08 PM
Sambad News
ଜୀବନଚର୍ଯ୍ୟା

ନାରୀଙ୍କୁ ଖୁସି କରନ୍ତୁ ଏମିତି: ବିନା ଖର୍ଚ୍ଚରେ ବି ପାଇ ପାରିବେ ପ୍ରେମ!

By Sambad | Date: Jan 12 2017 7:29AM
ନାରୀଙ୍କୁ ଖୁସି କରନ୍ତୁ ଏମିତି: ବିନା ଖର୍ଚ୍ଚରେ ବି ପାଇ ପାରିବେ ପ୍ରେମ!

ଅଧିକାଂଶ ପୁରୁଷ ଭାବନ୍ତି ଅଜସ୍ର ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ସହଜରେ ଜଣେ ନାରୀର ମନ ଜିଣି ହେବ। ମାତ୍ର ତାହା ଏକ ଭ୍ରାନ୍ତ ଧାରଣା। ନାରୀମାନେ ଅତ୍ୟନ୍ତ ଭାବପ୍ରବଣ ତେଣୁ ଟଙ୍କା ଅପେକ୍ଷା ସେମାନେ ପୁରୁଷର ଟିକିଏ ସ୍ନେହରେ ବେଶି ଖୁସି ପାଇଥାନ୍ତି। ନିମ୍ନରେ ଆଲୋଚନା କରାଯାଇଛି କିଭଳି ଆଚରଣରେ ନାରୀମାନେ ସାଥୀଙ୍କ ଉପରେ ପ୍ରୀତ ହୋଇଥାନ୍ତି।
 
-ଆପଣଙ୍କ ସାଥୀ ଯେତେ ବି ଅଧୁନିକ ହୁଅନ୍ତୁ ପଛେ ରାସ୍ତାରେ ଯିବା ସମୟରେ ତାଙ୍କ ହାତ ଧରି ରାସ୍ତା ପାର କରାନ୍ତୁ। ଏପରି କରାଇବା ଦ୍ୱାରା ଆପଣଙ୍କ ପ୍ରତି ତାଙ୍କ ମନରେ ଏକ ଭଲ ଧାରଣା ସୃଷ୍ଟି ହେବ।
 
-ପିଲାଙ୍କ ପରି ସାଥୀଙ୍କ ସହ ମଧ୍ୟ ଟିକେ ଦୁଷ୍ଟାମୀ କରନ୍ତୁ। ମଜାରେ ତାଙ୍କ ଗାଲରେ ହାତ ମାରିବା, ତକିଆରେ ପିଟିବା ଓ ଚୁଟି ଟାଣିବା ଆଦି ଛୋଟ ଛୋଟ ଦୁଷ୍ଟାମୀ ନାରୀଙ୍କୁ ରୋମାଣ୍ଟିକ୍‌ କରାଏ। ବିଶେଷ କରି ତାଙ୍କ କେଶ ସହ ଖେଳିଲେ  ସେମାନେ ଖୁବ୍‌ ଖୁସି ହୋଇଥାନ୍ତି।
 
-ତାଙ୍କ ସହ ଫଟୋ ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ। ଦେଖିବା ଆପଣଙ୍କ ଏପରି ପ୍ରସ୍ତାବରେ ସେ ନିଶ୍ଚୟ ଖୁସି ହେବେ। 
 
-ନାରୀମାନଙ୍କ ଅଜାଣତରେ ପଛ ପଟୁ ଆସି ତାଙ୍କୁ ଆଲିଙ୍ଗନ କଲେ ସେମାନେ ଖୁବ୍‌ ଆନନ୍ଦିତ ହୁଅନ୍ତି। ସୁଯୋଗ ପାଇଲେ ଏପରି ଆଚରଣ ନିଶ୍ଚୟ କରନ୍ତୁ। 
 
-ଯାହା ବି ଖାଉଛନ୍ତି ତାଙ୍କ ସହ ବାଣ୍ଟିକରି ଖାଆନ୍ତୁ। ଖାଇବା ଯାଚିବା ଦ୍ୱାରା ତାଙ୍କର ସମ୍ମାନ ଦ୍ୱିଗୁଣିତ ହୋଇଥାଏ।

image