20 October 2017
3:22:49 AM
Sambad News
ଜୀବନଚର୍ଯ୍ୟା

ବିନା ଚାକିରିରେ ରୋଜଗାର କରିପାରିବେ ମାସକୁ ୨୫ହଜାର

By Sambad | Date: Apr 21 2017 8:01AM
ବିନା ଚାକିରିରେ  ରୋଜଗାର କରିପାରିବେ ମାସକୁ ୨୫ହଜାର

ନୂଆଦିଲ୍ଲୀ: କ୍ୟାରିୟର ଭାବରେ ଚାକିରି ବ୍ୟତୀତ ଆଉ କିଛି କରିବାକୁ ଚାହାନ୍ତି? ତା’ହେଲେ ଫାଇନାନ୍‌ସିଆଲ୍‌ ମାର୍କେଟରେ ଅନେକ ସୁଯୋଗ ରହିଛି। ଏଭଳି କ୍ଷେତ୍ରରେ ପାଦ ରଖିବାକୁ ହେଲେ ଆପଣଙ୍କୁ କିଛି ପରିଶ୍ରମ କରିବାକୁ ପଡ଼ିବ। ସେଥିପାଇଁ ସେଟପ୍‌ ଠାରୁ କମିଶନ ପର୍ଯ୍ୟନ୍ତ କାମ କରିବାକୁ ହେବ। କମିଶନ ପାଇଁ କିଛି ଟଙ୍କା ନିବେଶ କରିବାର ଆବଶ୍ୟକତା ନ ଥିବା ବେଳେ, ସେଟପ୍‌ ପାଇଁ କିଛି ପୁଞ୍ଜି ଲଗାଇବାକୁ ପଡ଼ିବ। ଏହି ୨ଟି ଉପାୟରେ ମାସକୁ ସହଜରେ ୨୫ହଜାର ଟଙ୍କା ରୋଜଗାର କରି ହେବ ବୋଲି ଫାଇନାନ୍‌ସିଆଲ ଗୁରୁମାନେ ଉପଦେଶ ଦିଅନ୍ତି।
 
ମ୍ୟୁଚୁଆଲ୍‌ ଫଣ୍ଡ ଡିଷ୍ଟ୍ରିବୁଟ୍ୟର :
ଆପଣ ମ୍ୟୁଚୁଆଲ ଫଣ୍ଡ୍‌ ଡିଷ୍ଟ୍ରିବୁଟର ହୋଇ ଷ୍ଟକ୍‌ ମାର୍କେଟରେ ସିଧାସଳଖ ସଂଯୋଗ ସ୍ଥାପନ ନ କରି ବି ଭଲ ରୋଜଗାର କରିପାରିବେ। ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବୁଟରରେ ସାମିଲ ହେବାକୁ ହେଲେ ଆପଣଙ୍କୁ ଏନ୍‌ଆଇଏସ୍‌ଏମ୍‌ ମୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟରର୍ସ ସାର୍ଟିଫିକେଶନ୍‌ ପରୀକ୍ଷା ଦେବାକୁ ପଡ଼ିବ। ଏହି କୋର୍ସ ପାଇଁ ଫିଜ୍‌ ୧୫୦୦ଟଙ୍କା ହୋଇଥିବା ବେଳେ, ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପାରିବେ। 
 
ଏମିତି ହେବ ରୋଜଗାର :
କୋର୍ସ ପୂରା ହେବା ପରେ ଆପଣଙ୍କୁ ସାର୍ଟିଫିକେଟ ମିଳିବ। ଏହାପରେ ଆପଣ ମ୍ୟୁଚୁଆଲ ଫଣ୍ଡ ବିକ୍ରି, ଡିଷ୍ଟ୍ରିବ୍ୟୁସନ୍‌ କାମ କରିପାରିବେ। ଆପଣ ଯଦି ଚାହିବେ, କିଛି ମ୍ୟୁଚୁଆଲ ଫଣ୍ଡ ହାଉସ୍‌, ବ୍ରୋକରେଜ୍‌ ହାଉସ୍‌ରେ ଚାକିରି ବି କରିପାରିବେ ଅଥବା ମ୍ୟୁଚୁଆଲ ଫଣ୍ଡର ପ୍ରଡକ୍ଟ ବିକ୍ରିକରି ରୋଜଗାର କରିପାରିବେ। 

image